Latest Odisha News

BREAKING NEWS

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।

ଉତ୍ତରପ୍ରଦେଶର ଘଟଣା । ପୁଅ ହାତରେ ଗଲା ବାପାର ଜୀବନ । କାରଣ ସାଜିଥିଲା ଘୁଙ୍ଗୁଡି । ମଙ୍ଗଳବାର ସଂଧ୍ୟାରେ ପିିଲିଭିଟ୍ ସୌଧା ଗାଁର ୬୦ବର୍ଷୀୟ ରାମସ୍ୱରୂପଙ୍କୁ ଅତି ନିର୍ମମ ଭାବେ ବାଡିରେ ପିଟିପିଟି ହତ୍ୟା କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଦିନ ମଜୁରିଆ ରାମସ୍ୱରୂପ ଅତ୍ୟଧିକ ଘୁଙ୍ଗୁଡି ମାରୁଥିଲେ । ଯାହାକୁ ବିରୋଧ କରିବା ସହ ଝଗଡା କରିବାକୁ ପଛାଉନଥିଲା ତାଙ୍କ ବଡ ପୁଅ ନବୀନ କୁମାର ।

ଘଟଣାଦିନ ରାମସ୍ୱରୂପଙ୍କ ସ୍ତ୍ରୀ ଓ ସାନ ପୁଅ ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲାବେଳେ ବାପ ପୁଅଙ୍କ ମଧ୍ୟରେ ଘୁଙ୍ଗୁଡି ମାରିବାକୁ ନେଇ ହୋଇଥିଲା ଯୁକ୍ତିତର୍କ । ଫଳରେ ଉତକ୍ଷିପ୍ତ ହୋଇ ନବୀନ ନିଜ ବାପାକୁ ବାଡିରେ ପିଟିପିଟି ହତ୍ୟା କରିଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ହତ୍ୟା ମାମଲା ରୁଜୁ କରିଥିଲବେଳେ ଫେରାର ଅଛି ହତ୍ୟାକାରୀ ପୁଅ ନବୀନ କୁମାର ।

Leave A Reply

Your email address will not be published.