Latest Odisha News

BREAKING NEWS

୮୦ ବର୍ଷ ପରେ ପ୍ରଥମ ଓ ଶେଷ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଲେ

ଖରଗୋନ: ମଧ୍ୟପ୍ରଦେଶର ଖରଗୋନରେ ଜଣେ ୮୦ ବର୍ଷୀୟ ବୃଦ୍ଧ ବନ୍ଧୁମାନଙ୍କ କଥା ରଖି ପ୍ରଥମ ଥର ପାଇଁ ଧୂମଧାମରେ ଜନ୍ମଦିନ ପାଳିଥିଲେ । କେକ କାଟିଲେ, ନାଚିଲେ ଆଉ ଗାଇଲେ । ତେବେ ଏହା ତାଙ୍କର ଶେଷ ଜନ୍ମ ଦିନ ହେବ ବୋଲି କେହି କେବେ ଭାବି ନ ଥିଲେ । ମଉଜ ମଜଲିସ କରିବା ପରେ ରାତି ୩ଟା ବେଳେ ସେ ଦୁନିଆକୁ ଅଲବିଦା କହିଥିଲେ । ଏହି ବୃଦ୍ଧ ବ୍ୟକ୍ତିଙ୍କ ନାମ ନାରାୟଣ ସିଂ ରଘୁବଂଶୀ । ସେ ପୂର୍ବରୁ କେବେ ବି ନିଜର ଜନ୍ମଦିନ ପାଳି ନ ଥିଲେ । ରାତି ୩ଟାରେ ତାଙ୍କୁ ହାର୍ଟ ଆଟାକ ଆସିଥିଲା ଏବଂ ସେ ସମସ୍ତଙ୍କୁ ଛାଡି ପଳାଇ ଯାଇଥିଲେ । ଜନ୍ମ ଦିନର ଦିନକ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

ସେ ହନୁମାନ ମନ୍ଦିରରେ ସର୍ବଦା ସାଥୀମାନଙ୍କ ସହ ଯୋଗାଭ୍ୟାସ କରିଥାନ୍ତି । ଶୃଙ୍ଖଳିତ ଦିନଚର୍ଯ୍ୟା ଯୋଗୁ ସେ ରୋଗଗ୍ରସ୍ତ ହୋଇ ନ ଥିଲେ । ଏହି ଖବର ସମ୍ପୂର୍ଣ୍ଣ ଅଂଚଳରେ ଶୋକର ଲହରୀ ଖେଳାଇ ଦେଇଥିଲେ । ଏହି ଖବର ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହା ଏବେ ଚର୍ଚ୍ଚାର କାରଣ ସାଜିଛି ।

Comments are closed.