Latest Odisha News

BREAKING NEWS

ବୃଦ୍ଧଙ୍କ ସୁନା ସଉକ: ୯୦ ବର୍ଷ ବୟସରେ ପିନ୍ଧୁଛନ୍ତି କୋଟିଏ ଟଙ୍କାର ସୁନା

ଚୀନ୍‌: ଅନେକ ଲୋକଙ୍କୁ ସୁନା ପିନ୍ଧିବାକୁ ଭଲ ଲାଗେ । ବିଶେଷକରି ବିଭିନ୍ନ ଉତ୍ସବ ବା ପର୍ବପର୍ବାଣୀ ଅବସରରେ ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ପର୍ଯ୍ୟନ୍ତ ସମସ୍ତେ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରନ୍ତି । ହେଲେ ପରିଣତ ବୟସରେ ସୁନା ପିନ୍ଧିବା ଆଗ୍ରହ କାରଣରୁ ଜଣେ ବୟୋବୃଦ୍ଧ ବ୍ୟକ୍ତି ଜଣକ ସୁନା କିଣୁଥିବା ଘଟଣାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏଭଳି ସଉକ ରଖିଛନ୍ତି ଚୀନର ଜଣେ ୯୦ ବର୍ଷୀୟ ବୃଦ୍ଧ ।

ବୃଦ୍ଧ ଜଣକ ଝାଙ୍ଗଝୋଉ ସହରର ବାସିନ୍ଦା । ନିକଟରେ ବୃଦ୍ଧ ଜଣକ ଏକ ସୁନା ଦୋକାନରୁ ନିଜ ପାଇଁ ସୁନା କିଣୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନା ଅନୁସାରେ, ବୃଦ୍ଧ ଜଣକ ସୁନା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ ତାଙ୍କ ପାଖରେ ବିଭିନ୍ନ ସୁନା ଅଳଙ୍କାର ଥିବା ବେଳେ ଏକ ସୁନା ବେଲ୍ଟ ମଧ୍ୟ ରହିଛି । ସେ ସର୍ବଦା କୋଟିଏ ଟଙ୍କାର ସୁନା ଅଳଙ୍କାର ପିନ୍ଧି ବାହାରକୁ ଯାଇଥା’ନ୍ତି । ସେ ପିନ୍ଧିଥିବା ସୁନା ବ୍ରେସଲେଟ୍‌କୁ ଓଜନ କରି ତାହା ୨ କେଜି ବୋଲି ଭାଇରାଲ ହୋଇଥିବା ଭିଡିଓରେ କହୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ସଉକକୁ ନେଇ ଅନେକ ଫଲୋଅର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତିି ।

ସୁନା କିଣିବାରେ ଚୀନ୍‌ବାସୀ ସବୁବେଳେ ଉପରେ ରହିଥିବା ବେଳେ ସେମାନେ ବାର୍ଷିକ ପ୍ରାୟ ଏକ ହଜାର ଟନ୍ ସୁନା କିଣିଥାନ୍ତି । ସେଠାରେ ବୟସ୍କମାନେ ସୁନା କିଣିବାକୁ ଅଧିକ ଆଗ୍ରହ ଦେଖାଇଥାନ୍ତିି ।

Comments are closed.