Latest Odisha News

BREAKING NEWS

ସମ୍ପତ୍ତି ଲୋଭରେ ଜନ୍ମ କଲା ବୃଦ୍ଧା ମାଆକୁ ଅମାନୁଷିକ ନିର୍ଯାତନା

ଯାଜପୁର : ପଇସା ଲୋଭରେ ପୁଅ ବୋହୁଙ୍କ ବର୍ବରତା। ନିଜ ଜନ୍ମ କଲା ମାଆକୁ ଅମାନୁଷିକ ନିର୍ଯାତନା ଦେଇଛି ପୁଅ। ଆଶ୍ରା ପାଲଟିବା ସମୟରେ ଜୀବୀତ ଭାବେ ମୃତ୍ୟୁଠୁ ବଳି ଦଣ୍ଡ ଦେଇଛି ପିଶାଚ ପୁଅ । ବୟସର ଅପରାହ୍ନରେ ପହଞ୍ଚିଥିବା ମାଆ ନିଜ ଅବଶ ଶରୀର ବୋହି ପାରୁନଥିବା ବେଳେ ଏବେ ପୁଅର ଅକଥନୀୟ ନିର୍ଯାତନାରେ ଅତିଷ୍ଠ ହୋଇପଡ଼ିଛି।

ସମ୍ପତ୍ତି ଲୋଭରେ ସମ୍ପର୍କ ଭୁଲି ଗଲେ ପୁଅ-ବୋହୂ। ଜନ୍ମ କଲା ମା’ ଉପରେ ଲଦି ଦେଲେ ଇଟା। ଜୀବନ ବଞ୍ଚାଇବାକୁ ଇଚ୍ଛା ଥିଲେ ବି ପାରୁନଥିଲା ବୃଦ୍ଧା ମାଆଟି। କେବଳ ରକ୍ଷାପାଇଁ ନେହୁରା ହୋଇଚାଲିଥିଲା। ଏହି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଦଶରଥପୁର ଦତ୍ତପୁରର। ବାରଣ୍ଡାରେ ବସିଥିବା ବୃଦ୍ଧାଙ୍କୁ ମାଡ଼ ମାରିବା ସହିତ ବୃଦ୍ଧାଙ୍କ ଉପରେ ବୋହୂ ଆସି ଇଟା ଫୋପାଡୁଛି।

ଜମିବାଡ଼ି ବିବାଦ ଓ ଭାଇ ଭାଇ କଳହକୁ କେନ୍ଦ୍ରକରି ମା’ଙ୍କୁ ଏଭଳି ଶାସ୍ତି ଦେଉଛନ୍ତି ପୁଅ-ବୋହୂ। ଗାଁର ମାଟିରାଣୀ ବେହେରାଙ୍କ ପୁଅ ଓ ତାଙ୍କ ସ୍ତ୍ରୀ ମିଶି ଜମିବାଡ଼ି ପାଇଁ ଏଭଳି କରିଥିବା ଚର୍ଚ୍ଚା ହେଉଛି । ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପୁଅ ବୋହୁଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

Comments are closed.