Latest Odisha News

BREAKING NEWS

ଜଳୁଛି ବର୍ବରତାର ନିଆଁ : ୟୁକ୍ରେନରେ ନାବାଳିକାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଜଳୁଛି ବର୍ବରତାର ନିଆଁ। ଜଳୁଛି ସହର । ଯୁଆଡେ ଚାହିଁ କୁଢ କୁଢ ଶବ। ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ସୀମା ଟପିଯାଇଛି ଋଷ। ପ୍ରତିଦିନ ଲୋମହର୍ଷଣ କାରୀ ଘଟଣା ମାନ ଦେଖିବାକୁ ମିଳିଛି। ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଋଷର ନରସଂହାର ବଢିଚାଲିଛି। ରାସ୍ତାଘାଟରେ ପଡ଼ି ରହିଥିବା ଶବ ଗୁଡକି ହାତ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମୃତ ଦେହ ଗୁଡିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

ରୁଷୀୟ ସୈନିକମାନେ ୧୦ ବର୍ଷୀୟ ନାବାଳିକାମାନଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ମହିଳାମାନଙ୍କ ଶବରେ ଉତ୍ତପ୍ତ ଧାତବ ଚେଙ୍କ (ଦାଗ) ଦେଇଛନ୍ତି ବୋଲି ଆଜି ଟୁଇଟ୍ କରି ୟୁକ୍ରେନୀୟ ସାଂସଦ ଲେସିଆ ଭାସିଲେଙ୍କ୍ ଦାବି କରିଛନ୍ତି। ରୁଷୀୟ ସୈନିକମାନେ ୟୁକ୍ରେନ୍ରେ ଲୁଟ୍ ତରାଜ, ଦୁଷ୍କର୍ମ ଓ ନରହତ୍ୟା କରିଛନ୍ତି। ରାସ୍ତାକଡ଼ରେ ଅନେକ ଶବ ପଡ଼ିଛି। ସେମାନଙ୍କୁ ହାତ ସବୁ ପଛଆଡୁଆ ବନ୍ଧାଯାଇଛି। ତାଙ୍କ ମୁଣ୍ଡ ପଛପଟେ ଗୋଟିଏ ଗୁଳିବିଦ୍ଧ ହୋଇଥିବାର କ୍ଷତ ଅଛି। ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମହିଳାଙ୍କ ଦଗ୍ଧ ଶବ ମଧ୍ୟ ପଡ଼ିଛି।

୫ ସପ୍ତାହରୁ ଅଧିକ ଦିନ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ବେସାମରିକ ଲୋକଙ୍କ ସବୁଠୁ ଅଧିକ ମୃତଦେହ କିଭରୁ ମିଳିଥିବା କୁହାଯାଉଛି । ଋଷ ସେନା ରାଜଧାନୀ କିଭକୁ ଦଖଲ କରି ପାରିନଥିଲେ ମଧ୍ୟ ଯେଉଁ ଅଂଚଳକୁ ଦଖଲ କରିଥିଲା, ସେହି ଅଂଚଳରେ ଧ୍ୱଂସର ଲୀଳା ଦେଖିବାକୁ ମିଳିଛି ।

Leave A Reply

Your email address will not be published.