Latest Odisha News

BREAKING NEWS

ରାହୁଲ ଗାନ୍ଧି ଲଞ୍ଚ୍ କଲେ ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’

କଂଗ୍ରେସ ଅପେକ୍ଷା ଭାଜପା ସରକାରରେ ତୈଳ ଦର ଅର୍ଦ୍ଧାଧିକ ବଢ଼ିଛି

ଭୁବନେଶ୍ୱର: ‘ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ୍ ଯୋଜନା’ । ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଯୋଜନା ବିଷୟରେ ସୋମବାର ଅବଗତ କରିଛନ୍ତି । ରାହୁଲ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଗ୍ରାଫିକ ଚିତ୍ର ସହ ଏହି ଯୋଜନା ବିଷୟରେ ବତାଇଛନ୍ତି । ସୋମବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି ହେବା ପରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସିଧା ଶବ୍ଦାକ୍ରମଣ କରିଛନ୍ତି ।

ଗତ ଦୁଇ ସପ୍ତାହ ଭିତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ୮.୪୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି ସିଏନଜିରେ ୨.୫୦ ଟଙ୍କା ବୃଦ୍ଧି ପାଇ ଖାଉଟିଙ୍କ ଚିନ୍ତା ବଢ଼ାଇଛି । ବ୍ୟଙ୍ଗାତ୍ମକ ଢ଼ଙ୍ଗରେ, ରାହୁଲ ଲଗାତାର ତୈଳ ବୃଦ୍ଧି ଯୋଗୁଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ସମାଲୋଚନା କରି ଏମିତି ଲେଖିଛନ୍ତି ।

୨୦୧୪ ର୍ପୂବର ଉପା ସରକାର ଓ ଏବେର ଭାଜପା ସରକାର ସମୟର ତୈଳ ଦରକୁ ତୁଳନା କରି ରାହୁଲ ଏକ ଗ୍ରାଫିକ ଚିତ୍ର ଟ୍ୱିଟ କରିଛନ୍ତି । ଏହି ଚିତ୍ରର କ୍ୟାପ୍ସନରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ଜନ ଧନ ଲୁଟ ଯୋଜନା । ଉପା ସରକାର ବେଳେ ଅର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଉଞ୍ଚା ଥିବା ବେଳେ ଖାଉଟି ଏବେ ଅପେକ୍ଷା ଖୁବ୍ କମ୍ ଦରରେ ତୈଳ ଇନ୍ଧନ କିଣୁଥିଲେ । କିନ୍ତୁ ଏବେ ଅଶୋଧିତ ତୈଳ ଦର କମ୍ ଥିବା ବେଳେ, ଖାଉଟି ଆକାଶ ଛୁଆଁ ଦରରେ ତେଲ କିଣୁଛନ୍ତି ।

ସ୍କୁଟର/ବାଇକ, କାର୍ ଓ ଟ୍ରାକ୍ଟର ଟାଙ୍କି ଫୁଲ୍ କରିବା ପାଇଁ ଉପା ସରକାର ବେଳେ କେତେ ଟଙ୍କା ଲାଗୁଥିଲା । ଆଉ ଏବେ ଭାଜପା ସରକାରରେ କେତେ ଅଧିକ ଲାଗୁଛି, ତାହା ତୁଳନା କରି ଚିତ୍ରରେ ଦେଖେଇଛନ୍ତି ରାହୁଲ । ତେବେ ଏହି ପୋଷ୍ଟକୁ ଯେତିକି ସମର୍ଥନ ମିଳିଛି । ତା ଠାରୁ ଅଧିକ ସମାଲୋଚନା ହେବାକୁ ପଡ଼ିଛି । ୬ ଶହରୁ ଅଧିକ ଏହି ଟ୍ୱିଟରେ କୋଟ୍ ଟ୍ୱିଟ୍ ହୋଇଛି । ଯହିଁରେ ମାତ୍ରାଧିକ ସମାଲୋଚନା ରାହୁଲଙ୍କୁ ହୋଇଛି ।

Leave A Reply

Your email address will not be published.