Latest Odisha News

ବନ୍ତଳା ବନାଞ୍ଚଳ ତଳଗଡ଼ରେ ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ : ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଭୋର ୫ଟାରେ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ ବିଜୁଳି । ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲା । ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ହାତୀଟି ଏକ ସୋଲାର ତାର ବାଡ଼ରେ ଫସି ରହିଛି । ଏନେଇ ବନ ବିଭାଗର କର୍ମଚାରୀମାନେ ହାତୀ ଘଉଡାଇବା କାର୍ଯ୍ୟ ଜାରି କରିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ଯେ, ଗତ ୨୯ତାରିଖରେ ମରଣ୍ଡା ଗ୍ରାମର ଝଟକ ବେହେରା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ତେବେ ଆଜିର ଘଟଣାକୁ ମିଶାଇ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ୧୦ଜଣଙ୍କ ଜୀବନ ଯାଇଛି ।

 

Leave A Reply

Your email address will not be published.