Latest Odisha News

BREAKING NEWS

ନୂଆଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ନୂଆଖାଇ ପରିବାର ତରଫରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହୋଇଥିଲା।

ଅଟଳ ଭବନ ୟୁନିଟ୍ -୪ ଠାରେ ଚର୍ଚ୍ଚିତ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ୱରେ ନୂଆଖାଇ ପରିବାରର ଏକ ବୈଠକ ବସିଥିଲା । ଏଠାରେ ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍-୨୦୨୨ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ବୈଠକରେ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ପ୍ରେମାନିଧି ସେଠ, ଇନ୍ଦ୍ରମଣି ତ୍ରିପାଠୀ, ପଲ୍ଲବୀ ହୋତା, ଆଶିଷ ମିଶ୍ର, ପୁରନ୍ଦର ନନ୍ଦ, ଶୁଭାଶିଷ ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁଜିତ କରଣ, ଦୁଃଖୀଶ୍ୟାମ ଭଞ୍ଜ, ପଙ୍କଜ ସାହୁ ଆଦି ସମସ୍ତେ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ବୈଠକ ନୂଆଖାଇ ଭେଟଘାଟର ‘ନିମନ୍ତ୍ରଣ’ ଲୋକାର୍ପିତ କରାଯାଇ ପ୍ରଥମ ନିମନ୍ତ୍ରଣ ଇଷ୍ଟଦେବୀଙ୍କୁ ସମର୍ପିତ କରାଯାଇଥିଲା । ରାଜଧାନୀ ଭୁବନେଶ୍ଵରରେ ନୂଆଖାଇ ଭେଟଘାଟ ମାଧ୍ୟମରେ ଯେପରି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦିର ଯଥାର୍ଥ ପ୍ରତିନିଧିତ୍ୱ କରାଯାଇ ପାରିବ । ସେ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ସେପ୍ଟେମ୍ବର ୨୩ରେ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଯେପରି ଭାବରେ ସଫଳ ହୋଇପାରିବ ସେଥିପାଇଁ ସଭାପତି ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ ।

Leave A Reply

Your email address will not be published.