Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ନାମରେ ସମସ୍ତ ସମ୍ପତି କଲେ ଡେରାଡୁନର ୭୮ ବର୍ଷୀୟା ବୃଦ୍ଧା

ଡେରାଡୁନ: ଉତରାଖଣ୍ଡ ଡେରାଡୁନର ଜଣେ ବୃଦ୍ଧା ତାଙ୍କର ସମସ୍ତ ସମ୍ପତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ କରିଛନ୍ତି । ୭୮ ବର୍ଷୀୟା ପୁଷ୍ପା ମୁଂଜିୟାଲ ନାମକ ଏହି ବୃଦ୍ଧା କୋର୍ଟରେ ବିଧିବଦ୍ଧ ଭାବେ ନିଜ ସମ୍ପତିର ମାଲିକାନା ଅଧିକାର ରାହୁଲଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୫୦ ଲକ୍ଷ ସମ୍ପତି ଓ ୧୧୬.୬ ଗ୍ରାମ ସୁନା ରହିଛି । ମୁଁ ଏହି ସମ୍ପତି ରାହୁଲଙ୍କ ପତ୍ନୀ ନାମରେ ରଖିଥିଲି । ମାତ୍ର ଏବେ ତାଙ୍କୁ ଏହା ପ୍ରଦାନ କରିବାକୁ ବାଧ୍ୟ ହେଉଛି ।

ତାଙ୍କ ପରିବାର ଦେଶ ପାଇଁ ଅନେକ ବଳିଦାନ ଦେଇଛନ୍ତି । ରାହୁଲଙ୍କ ବିଚାରରେ ମୁଁ ପ୍ରଭାବିତ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛି । ପୁଷ୍ପା କାଜଗପତ୍ର କରିବା ବେଳେ କଂଗ୍ରେସ ମହାନଗର ଅଧ୍ୟକ୍ଷ ଲାଲଚନ୍ଦ ଶର୍ମାଙ୍କୁ ସାଙ୍ଗରେ ନେଇଥିଲେ । ରାହୁଲ ରାଜନୀତିରେ ଅନେକ ନାମ କମାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.