Latest Odisha News

BREAKING NEWS

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ ଓ ଇୟରଫୋନକୁ ନେଇ ଏହା ମାନସଙ୍କର କି ନୁହେଁ ସେନେଇ ମାନସଙ୍କ ପରିବାରକୁ ପଚାରିଛି କ୍ରାଇମବ୍ରାଞ୍ଚ ଟିମ୍।

ଯେତେବେଳେ ମାର୍ଚ୍ଚ ୩୧ ତାରିଖରେ ମାନସଙ୍କ ଚପଲ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ଶଙ୍ଖାରିଗଡ଼ାରେ ଠାବ ହୋଇଥିଲା । ସେ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ମାନଓ ସ୍ୱାଇଁଙ୍କ ପରିବାର ସହ ଯୋଗାଯୋଗ କରିଥିଲେ ।

ଫେବୃଆରୀ ୭ ତାରିଖ ଦିନ ଶର୍ମିଷ୍ଠା ମାନଓ ସ୍ୱାଇଁଙ୍କୁ ଚାନ୍ଦବାଲି ପଳାସପୁରରୁ ଅପରହଣ କରିନେଇଥିଲା । ଏହି ସମୟରେ ଶର୍ମିଷ୍ଠାଙ୍କୁ ନିରଞ୍ଜନ , ଝୁନା ଭୋଇ, ନିଲୁ, ରଞ୍ଜନ ସାହ।ର୍ଯ୍ୟ କରିଥିଲେ ।ଏହି ଘଟଣା ନେଇ ସମସ୍ତ ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା ଜାରି କରିଛି । କ୍ରାଇମବ୍ରାଞ୍ଚି ଟିମ୍ ସମସ୍ତ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲେ ।

ହେଲେ  ଝୁନା ଓ ଶର୍ମିଷ୍ଠାଙ୍କୁ ତିନି ଦିନିଆ ରିମାଣ୍ଡ ଅନୁ୍ମତି ଦେଇଥିଲେ କୋର୍ଟ । ହେଲେ ନିରଞ୍ଜନ ଓ ରଞ୍ଜନ ଭଦ୍ରକ ଜେଲର ରହିଛନ୍ତିା । ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଧିକ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

Leave A Reply

Your email address will not be published.