Latest Odisha News

ଶେଷ ହେଲା ଟେଲରଙ୍କ କ୍ରିକେଟ କ୍ୟାରିୟର, କଣ କହିଲେ ମାଷ୍ଟର ବ୍ଲାଷ୍ଟର

ହାମିଲଟନ: ନ୍ୟୁଜିଲାଣ୍ଡର ମହାନ ଖେଳାଳି ରସ ଟେଲରଙ୍କ କ୍ରିକେଟ କ୍ୟାରିୟର ଆଜି ଶେଷ ହୋଇଛି । ସେଡନ ପାର୍କରେ ନେଦରଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ସେ ଏହି ମ୍ୟାଚରେ ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ଟେଲରଙ୍କ ଅବସର ଘୋଷଣା ପରେ ବିଭିନ୍ନ ମହଲରେ ଏ ନେଇ ପ୍ରତିକ୍ରିୟା ଆସିବାକୁ ଲାଗିଥିଲା । ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଟେଲରଙ୍କୁ ଏହି ଅବସରରେ ପ୍ରଶଂସା କରିଥିଲେ । ସେ ଟୁଇଟରରେ ଲେଖିଥିଲେ ରସ ତୁମେ କ୍ରିକେଟର ଭଲ ଆମ୍ବାସାଡର ଥିଲ । ତୁମ ବିପକ୍ଷରେ ଖେଳିବା ନିଶ୍ଚିତ ଭାବେ ଚମତ୍କାର ଥିଲା । ସମୟ ଅନୁସାରେ ତୁମେ ଯେପରି ଖେଳରେ ପରିବର୍ତନ ଆଣିଥିଲ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ ।

ଟେଲର ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ୧୧୨ ଟେଷ୍ଟ ଖେଳି ୭୬୮୩ ରନ ସଂଗ୍ରହ କରିଥିଲେ । ସେହିପରି ୨୩୬ ଦିନିକିଆରେ ୮୬୦୭, ୧୦୨ ଟଇ୨୦ରେ ୧୯୦୯ ରନ କରିଥିଲେ । ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ସେ ବେଶ ପରିଚିତ ଥିଲେ ।

Leave A Reply

Your email address will not be published.