Latest Odisha News

BREAKING NEWS

ଏତଲା ରଖିଲାନି ପୋଲିସ, ଲୋକସେବା ଭବନ ଆଗରେ ଫିନାଇଲ୍ ପିଇଲେ ବୃଦ୍ଧ

ଭୁବନେଶ୍ୱର: ଖୋଦ୍ ରାଜଧାନୀରେ ଲୋକଙ୍କ ଅଭିଯୋଗ ଶୁଣୁନି ପୋଲିସ । ଏକଥା ଆମେ କହୁନୁ, ବୁଧବାର ଅପରାହ୍ଣରେ ରାଜଧାନୀର ହାଇ ସିକ୍ୟୁରିଟି ଜୋନ୍ ଲୋକସେବା ଭବନ ଆଗରେ ଜଣେ ବୃଦ୍ଧ ଫିନାଇଲ୍ ପିଇବା ପ୍ରମାଣ କରିଛି । ବୟସ୍କ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆ ଯାଉଥିବା କମିଶନରେଟ୍ ପୋଲିସ ସବୁବେଳେ କହୁଛି ।

ହେଲେ କମିଶନରେଟ୍ ପୋଲିସ କହୁଥିବା କଥା କେତେଦୂର କାମରେ ପ୍ରତିଫଳିତ ହେଉଛି ତାହା ବୁଝା ପଡ଼ୁନି । ଲୋକସେବା ଭବନ ଆଗରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବୃଦ୍ଧ ଜଣଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ୍ ନେଇଛି ।

ଫିନାଇଲ୍ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ, ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସୂଚନା ଅନୁସାରେ, କଳିଙ୍ଗ ନଗରରେ ରବୀନ୍ଦ୍ରଙ୍କ ଏକ ଦୋକାନ ଥିଲା । ତାଙ୍କ ପାଖରେ କାମ କରୁଥିବା ଜଣେ ପିଲା ଦୋକାନକୁ କବଜା କରି ନେଇଛି । ଏନେଇ ରବୀନ୍ଦ୍ର ଅଭିଯୋଗ କରୁଥିଲେ ମଧ୍ୟ ତମାଣ୍ଡୋ ଥାନା ପୋଲିସ ଏତଲା ରଖୁ ନଥିବା ଅଭିଯୋଗ କରି ସେ ଫିନାଇଲ୍ ପିଇଛନ୍ତି ।

Leave A Reply

Your email address will not be published.