Latest Odisha News

BREAKING NEWS

ବିରଳ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଆଜି ଭୋର୍ ସମୟରୁ ଧୀରେ ଧୀରେ ଅଲିଭ ରିଡଲେଙ୍କ ଆଗମନ ହୋଇଛି। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା।

ତେଣୁ ଚଳିତ ବର୍ଷ ଏହାକୁ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ନାନା ଆଶଙ୍କା ଦେଖାଦେଥିଲା। ଚଳିତ ବର୍ଷ ଠିକ୍‌ ସମୟରେ ଅଲିଭ ରିଡଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଥିବାରୁ ପରିବେଶବିତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏବର୍ଷ ସମୁଦ୍ରରେ ଲକ୍ଷାଧିକ କଇଁଛଙ୍କ ସମାଗମ ରହିଥିବା ଦେଖିବାକୁ ମିଳିଛି। ଶୀତଋତୁ ଆରମ୍ଭ ହେବା କ୍ଷଣି ନଭେମ୍ବର ମାସରେ ଶ୍ରୀଲଙ୍କା ଉପକୂଳରୁ ଲକ୍ଷାଧିକ ସଂଖ୍ୟାରେ କଇଁଛ ଓଡ଼ିଶା ଉପକୂଳମୁହାଁ ହୋଇଥାନ୍ତି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ କଇଁଛ ଗଣଅଣ୍ଡାଦାନ କରିଥାନ୍ତି।

କଇଁଛଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଣଅଣ୍ଡାଦାନ ପୂର୍ବରୁ ବ୍ରହ୍ମପୁର ଡିଏଫ୍‌ଓ ପୁରୁଣାବନ୍ଧ ଠାରୁ ବଟେଶ୍ଵର ପର୍ଯ୍ୟନ୍ତ ପାଞ୍ଚ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ଶହେ ମିଟର୍ ବ୍ୟବଧାନରେ ଗୋଟାଏ ଲେଖାଏଁ ୫୦ ଟି ସେଗମେଣ୍ଟ୍ କରାଯିବା ସହ ସହ ଆଠଟି କୃତ୍ରିମ ପ୍ରଜନନ କେନ୍ଦ୍ର ପ୍ରତିଷ୍ଠା କରିଛି ବନ ବିଭାଗ । ବେଳାଭୂମିର ଦୁଇକିମି ପର୍ଯ୍ୟନ୍ତ ବାଲୁକାଶଯ୍ୟାରେ ସୁରକ୍ଷାବାଡ଼ କରାଯାଇଛି ।

Comments are closed.