Latest Odisha News

BREAKING NEWS

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ

ନୀଳଗିରି: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ। ମିତ୍ରପୁର ଅଯୋଧ୍ୟା ରାସ୍ତା ସିନ୍ଦୁରାଗଉରା ନିକଟରେ ଭାଲୁଟିର ମୃତ୍ୟୁ ହୋଇଛି। ମହୁ ଖାଇବା ଆଶାରେ ଯାଇ ବିଦ୍ୟୁତ ଆଘାତରେ ଭାଲୁଟିର ଜୀବନ ଯାଇଥିବା ଜଣାପଡ଼ିଛି।

ବିଳମ୍ବିତ ରାତିରେ ସ୍ବର୍ଣ୍ଣଚୂଡ ପାହାଡରୁ ଭାଲୁଟି ଖାଦ୍ୟ ଅନ୍ବେଷଣରେ ଆସି ତଇଲାସାହିରେ ପଶିଥିଲା। ଖାଦ୍ୟ ଅନ୍ବେଷଣରେ ଆସି ଟ୍ରାନ୍ସ ଫର୍ମରେ ଫସି ବିଦ୍ୟୁତ ଆଘାତରେ ଭାଲୁଟିର ମୃତ୍ୟୁ ଘଟିଛି।

ନିକଟରେ ଥିବା ଏକ ବରଗଛରେ ମହୁ ଖାଇବା ଉଦ୍ଦେଶ୍ୟରେ ଚଢିଥିବା ବେଳେ ଖସିପଡି ତଳେ ଥିବା ୩୩ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରେ ପଡିଥିଲା। ସକାଳୁ ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ବିଦ୍ୟୁତ ବିଭାଗ ଭାଲୁଟିକୁ ଟ୍ରାନ୍ସ ଫର୍ମରରରୁ ବାହାର କରି ବନ ବିଭାଗକୁ ହସ୍ତାନ୍ତର କରିଛି। ସେପଟେ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.