ବ୍ରହ୍ମପୁର: ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଗୁରବାର ଦିନରେ ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଦେଖିବାକୁ ମିଳିଛି। ପାଗର ଅନୁକୂଳ ଅବସ୍ଥା ଯୋଗୁଁ ଏବଂ ଦକ୍ଷିଣା ପବନ ବୋହିବା ଫଳରେ ବର୍ତମାନ ଏହି ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ପୂର୍ବରୁ ରାତିରେ ଅଣ୍ଡାଦାନ ହେଉଥିଲା। କିନ୍ତୁ ଚଳିତ ବର୍ଷ ଦିନ ସମୟରେ ଅଣ୍ଡାଦାନ ବିରଳ ଘଟଣା ବୋଲି କୁହାଯାଉଛି।
ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆଁ ପୋଡ଼ମପେଟା ଗ୍ରାମ ଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡେଲ କଇଁଛମାନେ ଉପରକୁ ଉଠିଆସି ଗଣଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଏହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ୍ ମହଲରେ ଆନନ୍ଦର ଲହରି ଖେଳିଯାଇଛି। କିଭଳି ଭାବେ ସୁରକ୍ଷିତ ଗଣ ଅଣ୍ଡାଦାନ ହୋଇପାରିବ, ସେନେଇ ବନ ବିଭାଗ ପକ୍ଷରୁ ପୂର୍ବରୁ ପ୍ଲାଷ୍ଟିକ ବାଡ଼ ଦିଆଯାଇଛି। ଫଳରେ ବନ୍ୟଜନ୍ତୁ ଦାଉରୁ ଅଣ୍ଡା ସୁରକ୍ଷାପାଇଁ ୫୦ଟି ସେଗ୍ମେଣ୍ଟରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ମଧ୍ୟ ମୁତୟନ କରାଯାଇଛି। ଏହି ଋଷିକୁଲ୍ୟା ମୁହାଣ ବେଳାଭୂମିରେ ୨୦୨୨ ମସିହାରେ ରେକର୍ଡ ସଂଖ୍ୟକ ୫ଲକ୍ଷ ୫୦ ହଜାରରୁ ଅଧିକ ଅଲିଭ ରିଡଲେଙ୍କ ଗଣଅଣ୍ଡା ଦାନ ହୋଇଥିଲା। ଚଳିତ ବର୍ଷ ମଧ୍ୟ୍ୟ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ଅଣ୍ଡାଦାନ ପାଇଁ ପରିବେଶ ଅନୁକୂଳ ରହିଛି। ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟରେ ସାମୁଦ୍ରିକ କଇଁଛମାନେ ଗର୍ତ୍ତ କରିଛନ୍ତି। ପ୍ରତ୍ୟେକ କଇଁଛ ପ୍ରାୟ ୧୨୦ରୁ ଅଧିକ ଅଣ୍ଡାଦେବା ପରେ ବାଲିରେ ପୋତି ଦେଇଛନ୍ତି। ପୁଣି ସମୁଦ୍ର ମଧ୍ୟକୁ ଫେରିଯାଇଥାନ୍ତି। ଗୁରୁବାର ସକାଳେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ କୁମାର ନାୟକ ଅଣ୍ଡାଦାନ ସ୍ଥଳ ପରିଦର୍ଶନ କରିଥିଲେ। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଚ ସୁରକ୍ଷିତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି।
BREAKING NEWS
- ଶୁବଶୀଘ୍ର ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା…
- ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ASI
- LPG cylinder shortage: ଏଲପିଜି ନିଅଣ୍ଟ ନେଇ କଂଗ୍ରେସର ପ୍ରତିବାଦ, ବିଜେପି ମୁଖ୍ୟାଳୟକୁ ନେଇଗଲା ମାଟି ଚୁଲି
- ବେଆଇନ ବାଲି ଚୋରାଚାଲାଣ ଉପରେ ଲାଗିବ ଅଙ୍କୁଶ, ବାଲିଘାଟ ଜଗିବେ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ
- ଭାରତୀୟ ବ୍ୟବସାୟୀଙ୍କ ବଢିବ ଚିନ୍ତା: ପାଣି ବୋତଲ ଉପରେ ପ୍ରଭାବ ପକାଇପାରେ ଇରାନ ଯୁଦ୍ଧ
- ସାବଧାନ ! ଘରୁ ବାହାରିଲେ ଆପଣଙ୍କୁ ଦେବାକୁ ପଡିପାରେ ଟ୍ୟାକ୍ସ
- Removal of CEC Gyanesh Kumar: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ବିରୋଧୀଙ୍କ ପ୍ରସ୍ତୁତି, ୧୯୩ ବିରୋଧୀ ସାଂସଦଙ୍କ ସ୍ୱାକ୍ଷର!
- US plane crashes in Iraq: ଯୁଦ୍ଧ ମଧ୍ୟରେ ଇରାକରେ ଟଳି ପଡିଲା ଆମେରିକୀୟ KC-135 ବିମାନ, ଥିଲେ ୫ କ୍ରୁ ସଦସ୍ୟ…
- ଭାରତର ସଫଳତା: ଯୁଦ୍ଧ ଭିତରେ ହର୍ମୁଜ୍ ପ୍ରଣାଳୀ ଦେଇ ମୁମ୍ବାଇରେ ପହଞ୍ଚିଲା ଅଶୋଧିତ ତେଲ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭଲ ଖବର: ଦିଲ୍ଲୀ-ରିୟାଦ ବିମାନ ସେବା ପୁନର୍ବାର ଆରମ୍ଭ
Comments are closed.