Latest Odisha News

BREAKING NEWS

୩ ଦିନ ଘନ କୁହୁଡ଼ି, ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ବୌଦ୍ଧ, ନୟାଗଡ଼ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରହିଛି । ଆଗାମୀ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୨୪ ତାରିଖରେ ଘନ କୁହୁଡ଼ି ନେଇ ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୫ ତାରିଖରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୬ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢେଙ୍କାନାଳ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ସେଭଳି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । ଦିନ ବେଳା ସ୍ୱାଭାବିକ ତାପମାତ୍ରା ଆଗାମୀ ୩ରୁ ୪ ଦିନ ଯାଏ ପରିବର୍ତ୍ତନ ହେବନି । ପରେ ଧିରେ ଧିରେ ୨ରୁ ୪ ଡିଗ୍ରୀ ଯାଏ ଦିନ ବେଳାର ତାପମାତ୍ରା ବିଭିନ୍ନ ଜିଲ୍ଲାରେ ବଢ଼ିବ ।

Leave A Reply

Your email address will not be published.