Latest Odisha News

ଥମୁନି ହାତୀ ଆତଙ୍କ : ସୁନ୍ଦରଗଡ ଲାଖପଡାରେ ଯୁବକଙ୍କୁ ଶୁଣ୍ଢରେ କଚାଡି ମାରିଲା ଦନ୍ତା

ସୁନ୍ଦରଗଡ : ଥମୁନି ହାତୀ ଆତଙ୍କ  । ହାତୀ ଆକ୍ରମଣରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେବେଳେ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  । ଦନ୍ତା ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ବଡଗାଁ ଫରେଷ୍ଟ ରେଞ୍ଜ ଲାଖପଡାରେ  । ମୃତକ ବିରେନ୍ କିଷାନ ବୋଲି ଜଣାପଡିଛି  ।

ସୂଚନା ଅନୁସାରେ ଗତକାଲି ରାତିରେ ଦନ୍ତାଟି ଲାଖପଡାରେ  ବିରେନ୍ ଙ୍କ ଘର ଭାଙ୍ଗୁଥିଲା । ଏହି ସମୟରେ ହାତୀ କବଳରୁ ବର୍ତ୍ତିବା ପାଇଁ ବିରେନ୍ ଦୌଡି ପଳାଉଥିଲେ । ଏତିକି ବେଳେ ଦନ୍ତାଟି ବିରେନ୍ ଙ୍କୁ ଦଳି ଦେଇଛି  । ଫଳରେ ଘଟଣାସ୍ଥଳରେ ବିରେନଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ହେବ ଦନ୍ତାଟି ସେହି ଅଞ୍ଚଳରେ ଆତଙ୍କ ଖେଳାଉଛି  । କିନ୍ତୁ ବନ ବିଭାଗ ହାତୀ ଘଉଡାଇବାରେ ସମ୍ପୂର୍ଣ୍ଣ ଫେଲ ମାରିଛି  । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.