Latest Odisha News

BREAKING NEWS

ପ୍ରକୃତି ମିଶ୍ର ଓ ପତ୍ନୀଙ୍କ ସହ ବିବାଦୀୟ ଭାଇରାଲ ଭିଡିଓ ପରେ ବାବୁଶାନଙ୍କ ବଡ଼ ବୟାନ

ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ର, ପତ୍ନୀ ତୃପ୍ତି ଶତପଥୀ ଏବଂ ତାଙ୍କୁ ନେଇ ଶନିବାର ସକାଳେ ହୋଇଥିବା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ ଅଭିନେତା ବାବୁଶାନ ମହାନ୍ତି ଓରଫ ତନ୍ମୟ ମହାନ୍ତି । ସେ ଏବେ ଚେନ୍ନାଇରେ ଉତ୍କଳ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ପହଞ୍ଚିଛନ୍ତି । ଆଜି ଏହି କାର୍ଯ୍ୟକ୍ରମର ଆୟୋଜନ ହେବା ଏହା ପୂର୍ବରୁ ସେ ଏକ ଭିଡିଓ ଜାରି କରି କହିଛନ୍ତି, ଆବଶ୍ୟକ ପଡ଼ିଲେ ସେ କୌଣସି ଅଭିନେତ୍ରୀଙ୍କ ସହ ଆଉ ଫିଲ୍ମ କରିବେ ନାହିଁ।

ବାବୁସାନ ଭିଡିଓ ଜାରି କରି କହିଛନ୍ତି, ସେ ଚେନ୍ନାଇକୁ ଯେଉଁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛନ୍ତି ତାଙ୍କ ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜର ଏକ ଫିଲ୍ମର ପ୍ରୋମେସନ କରିଥାନ୍ତେ। ଏଥିସହ ପ୍ରକୃତି ମିଶ୍ରଙ୍କ ସହିତ ଏକ ଆଗାମୀ ଚଳଚ୍ଚିତ୍ର ବାବଦରେ ଘୋଷଣା କରିଥାନ୍ତେ । ହେଲେ ନିଜ ପରିବାର ଭିତରେ ଏତେ ବିବାଦ ରହିଛି ବୋଲି ଜାଣିନଥିଲି ବୋଲି କହିଛନ୍ତି। ତେଣୁ ସେ ଆଗାମୀ ଦିନରେ ପ୍ରକୃତି ମିଶ୍ରଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ବୋଲି ସଫେଇ ଦେଇଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କ ପତ୍ନୀ ଥାନାରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ସକାଳେ ତୃପ୍ତି ବାବୁସାନ ଏବଂ ପ୍ରକୃତି ମିଶ୍ର ଏକା ସାଙ୍ଗରେ କାରରେ ଯାଉଥିବା ବେଳେ ଅଟକାଇଥିଲେ। ପରେ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି କହି ଗାଳି ଗୁଲଜ କରିବା ସହିତ ଗଣ୍ଡଗୋଳ କରିଥିଲେ ତୃପ୍ତି। ଏହାପରେ ମିଡିଆକୁ ପ୍ରତିକ୍ରିୟା ଦେଇ ନିଜ ସ୍ୱାମୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏ ବାବଦରେ ସେ ତାଙ୍କ ଶାଶୁ ଅପରାଜିତା ମହାନ୍ତିଙ୍କୁ ଅବଗତ କରାଇଥିଲେ। କିନ୍ତୁ ବାବୁସାନ କାହାରି କଥା ନଶୁଣିବାରୁ ଏପରି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ତୃପ୍ତୀ ଶତପଥୀ ପ୍ରତିକ୍ରିୟାରେ କହିଛନ୍ତି।

ପରେ ଅପରାଜିତା ଏବଂ ତୃପ୍ତୀ ଥାନାରେ ପ୍ରକୃତି ମିଶ୍ରଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ ପ୍ରକୃତି ମିଶ୍ର ସୋଶିଆଲ ମିଡିଆରେ ପ୍ରତିକ୍ରିୟା ରଖି କହିଛନ୍ତି, ବାବୁସାନ କେବଳ ଜଣେ ସହଯୋଗୀ କଳାକାର । ମିଡିଆରେ ଏକପାଖିଆ କଥା ଶୁଣି ବଦନାମ କରାଯାଉଛି। ଅନ୍ୟପଟେ ପ୍ରକୃତି ମିଶ୍ରଙ୍କ ବାପା ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ରହିଛି।

 

Leave A Reply

Your email address will not be published.