Latest Odisha News

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସମାରୋହ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୨୫, ୨୦୨୨ ସୋମବାର ଦିନ ୧୦ଟା ୧୫ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟଭାର ଗ୍ରହଣ କରିବେ ।

ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଭାରତର ପ୍ରଧାନ ବିଚାରପତି, ଲୋକସଭା ବାଚସ୍ପତି, କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ ବୃନ୍ଦ, ରାଜ୍ୟପାଳଗଣ, ମୁଖ୍ୟମନ୍ତ୍ରୀଗଣ, କୂଟନୀତିଜ୍ଞ ମିଶନ ମୁଖ୍ୟ, ସଂସଦ ସଦସ୍ୟଗଣ ଓ ଭାରତ ସରକାରଙ୍କ ପ୍ରମୁଖ ବେସାମରିକ ଓ ସାମରିକ ଅଧିକାରୀଗଣ ଉତ୍ସବ ନିମନ୍ତେ  କେନ୍ଦ୍ରୀୟ କକ୍ଷରେ ସମବେତ ହେବେ ।

ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ଏକ ବର୍ଣ୍ଣାଢ୍ୟ ସମାରୋହରେ କେନ୍ଦ୍ରୀୟ କକ୍ଷରେ ପହଞ୍ଚିବେ । ନବ ନିର୍ବାଚିତ ରାଷ୍ଟ୍ରପତି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ପଦ ଓ ଗୋପନୀୟତାର ଶପଥ ନେବେ  ଓ ପରେ ୨୧ଟି ତୋପ  ସଲାମୀ ଦିଆଯିବ । ତାପରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ପ୍ରଦାନ କରିବେ । କେନ୍ଦ୍ରୀୟ କକ୍ଷରେ ଉତ୍ସବ ସମାପନ ପରେ ନୂତନ ରାଷ୍ଟ୍ରପତି ରାଷ୍ଟ୍ରପତି ଭବନକୁ ଯିବେ । ସେଠାରେ ତାଙ୍କୁ ଇଣ୍ଟର ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରାଯିବ ଓ ବିଦାୟୀ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସମ୍ମାନ ପ୍ରଦାନ କରାଯିବ ।

 

Leave A Reply

Your email address will not be published.