Latest Odisha News

BREAKING NEWS

ଭେଟେରାନ ଅଭିନେତା ବିଜୟ ମହାନ୍ତିଙ୍କୁ ପ୍ରଶଂସକଙ୍କ ଜନ୍ମଦିନର ଭେଟି

ଭୁବନେଶ୍ୱର: ଓଲିଉଡର ପ୍ରଥମ ଆକ୍ସନ ହିରୋ ତଥା ଅଭିନେତା ବିଜୟ ମହାନ୍ତି ଆଜି ୭୦ ବର୍ଷରେ ପାଦ ଛାପିଛନ୍ତି । ଆଜି ତାଙ୍କ ଜନ୍ମ ଦିନ ଅବସରରେ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥି ସହ ଜଣେ ଫ୍ୟାନ ଅର୍ଜୁନ ମହାନ୍ତ ବିଜୟ ମହାନ୍ତିଙ୍କର ଏକ ଡିଜିଟାଲ ଆର୍ଟ ପ୍ରସ୍ତୁତ କରି ଭେଟି ଦେଇଛନ୍ତି ।

ନାଗଫାଶରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାନ୍ତି ପରବର୍ତ୍ତୀ ସମୟରେ ଚିଲିକା ତୀରେ, ଛମାଣ ଆଠଗୁଣ୍ଠ, କାବେରୀ, ଡୋରା, କୋଟିଏ ମଣିଷ ଗୋଟିଏ ଜଗା, ପୁଅ ମୋର କଳାଠାକୁର, ଯାହାକୁ ରଖିବେ ଅନନ୍ତ, କି ହେବ ଶୁଆ ପୋଷିଲେ, ଆରତୀ, ସ୍ବପ୍ନ ସାଗର, ଦଣ୍ଡା ବାଳୁଙ୍ଗା, ଜଗା ହାତରେ ପଘା, ହାକିମ ବାବୁ, ମମତା ମାଗେ ମୁଲ, ଚକା ଭଉଁରୀ, ବାସନ୍ତୀ ଅପା, ଏଇତ ଦୁନିଆ, ତୁଣ୍ଡ ବାଇଦ, ସୁନା ଚଢେଇ, ପଞ୍ଜୁରୀ ଭିତରେ ଶାରୀ, ନାଗ ପଞ୍ଚମୀ, ଭୀଷ୍ମ ପ୍ରତିଜ୍ଞା, ସୁନା ପଞ୍ଜୁରୀ, ବୋଉ ଭଳି ଶତାଧିକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିପାରିଥିଲେ ।

ସେ ନାୟକରୁ ଖଳନାୟକ ତ କେତେବେଳେ ହାସ୍ୟ ଅଭିନେତା ଭାବେ ଓଡିଆ ଚଳଚ୍ଚିତ୍ରରେ ନିଜର କଳା ନିପୁଣତା ଦେଖାଇ ପାରିଛନ୍ତି । ପରବର୍ତ୍ତୀ ସମୟରେ ଓଡିଆ ସିନେ ଜଗତର ବାପା ହିସାବରେ ବି ଦର୍ଶକ ବେଶ୍ ପସନ୍ଦ କରିଥିଲେ । ତାଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଭୁଲି ହୁଏନା ମୁକ୍ତିଲାଭ କରିଥିଲା ।

ତାଙ୍କ ଅଭିନୟ ପାଇଁ ସେ ଚଳଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.