Latest Odisha News

BREAKING NEWS

ମହାପ୍ରଭୁଙ୍କ ଚନ୍ଦନଯାତ୍ରା; ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାଲିଛି ପ୍ରସ୍ତୁତି

ପୁରୀ: ଏବେ ଲକ୍‌ଡାଉନ୍ ଯୋଗୁଁ ସାରା ଶ୍ରୀକ୍ଷେତ୍ର ଖାଁ ଖାଁ ଲାଗୁଥିଲେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ସମସ୍ତଙ୍କ ଲକ୍ଷ୍ୟ । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା ଉତ୍ସବ । ପୁରାଣ ପ୍ରସିଦ୍ଧ ନରେନ୍ଦ୍ର ପୁଷ୍କରିଣୀରେ ଏବେଠୁଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ ।

ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ସହିତ ପୁଷ୍କରିଣୀର ରଙ୍ଗକାର୍ଯ୍ୟ ଆଗେଇ ଚାଲିଛି ।

ଅକ୍ଷୟ ତୃତୀୟା ପୂର୍ବରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସରିବା ପରେ ଚନ୍ଦନଯାତ୍ରାରେ ବ୍ୟବହୃତ ହେବ ଡଙ୍ଗା । ପାରମ୍ପରିକ ଚନ୍ଦନ ଯାତ୍ରା ଆରମ୍ଭ ହେବା ପରେ ସେହି ଅକ୍ଷୟ ତୃତୀୟା ଦିନ ରଥକାଠ ଅନୁକୂଳ ହୋଇ ଆରମ୍ଭ ହେବ ରଥଖଳାରେ ରଥ ପ୍ରସ୍ତୁତି ।

Leave A Reply

Your email address will not be published.