Latest Odisha News

BREAKING NEWS

ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା…

ଭୁବନେଶ୍ୱର : ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରି  ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏ ନେଇ ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ବସ୍ତି ସବୁ ବୁଲି ବୁଲି ସହାୟତା କରୁଛନ୍ତି ବର୍ଷା । ସାମାଜିକ ଦୂରତା ରକ୍ଷା କରି ଚାଉଳ, ଡାଲି, ଅଟା, ଆଳୁ ଭଳି ଜରୁରୀ ସାମଗ୍ରୀ ବଣ୍ଟନ କରିଥିଲେ । ତା ସହିତବସ୍ତି ବାସିନ୍ଦାଙ୍କ ଅସୁବିଧା ପଚାରି ବୁଝିଥିଲେ । ଭବିଷ୍ୟତରେ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଆଶ୍ୱାସନା ଦେଇଥିଲେ ।

ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀ ସହାୟକଙ୍କୁ ସହଯୋଗର ହାତ ବଢ଼େଇଲେ ବର୍ଷା । କରୋନା ମାହାମରୀର ଦ୍ୱିତୀୟ ଲହରୀର ଭୟଙ୍କର ପରିସ୍ଥିତି କାରଣରୁ ରୋଜଗାର କରିବାକୁ ସଂଘର୍ଷ କରୁଥିବା ଭୁବନେଶ୍ୱର ରେଳ ଷ୍ଟେସନର ଯାତ୍ରୀ ସହାୟକଙ୍କୁ ସହଯୋଗ କରିଛନ୍ତି । ସେମାନଙ୍କୁ ଏନଜିଓ ଫିନିକ୍ସ ସେବା ସହ ମିଶି ଗ୍ରୋସରୀ କିଟ୍ ବଣ୍ଟନ କରିଛନ୍ତି । ଏହି କଠିନ ସମୟରେ ସେମାନଙ୍କ ସହାୟତା କରିଛନ୍ତି ବର୍ଷା ।

 

Leave A Reply

Your email address will not be published.