Latest Odisha News

BREAKING NEWS

ଡାକ୍ତର ଦମ୍ପତ୍ତିଙ୍କୁ ବିଚ୍ ରାସ୍ତାରେ ନିର୍ମମ ହତ୍ୟା, ଦେଖନ୍ତୁ ଭିଡ଼ିଓ

ରାଜସ୍ଥାନ: କରୋନା ମହାମାରୀ ସମୟରେ ଭରତପୁର ଜିଲ୍ଲାରେ ଡାକ୍ତର ଦମ୍ପତ୍ତିଙ୍କ ମୃତ୍ୟୁ । କରୋନା ସଂକ୍ରମଣ ନୁହେଁ ବରଂ ବିଚ୍ ରାସ୍ତାରେ ଦୁଇ ଅଜଣା ଆତତାୟୀ ସାଜିଥିଲେ ତାଙ୍କ ହତ୍ୟାକାରୀ । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅନ୍ୟପଟେ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ତଦନ୍ତକାରୀ ଦଳ ।

ରିପୋର୍ଟ ଅନୁଯାୟୀ ଆଜି ଡାକ୍ତର ସୁଦୀପ ଗୁପ୍ତା ଓ ତାଙ୍କ ସ୍ତ୍ରୀ ସୀମା ଗୁପ୍ତା କୌଣସି କାମରେ ନିଜ କାରରେ ଯାଉଥିଲେ । ସେହି ସମୟରେ ସର୍କୁଲାର ରୋଡ ସେଣ୍ଟ୍ରାଲ ବସଷ୍ଟାଣ୍ଡ ନିକଟରେ ଦୁଇଜଣ ଅଜଣା ଯୁବକ ତାଙ୍କ କାର ଅଟକାଇଥିଲେ । ବାଇକରେ ଆସିଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ଯୁବକ ଡାକ୍ତର ଗୁପ୍ତାଙ୍କ ପାଖକୁ ଯାଇ ପଏଣ୍ଟ ବ୍ଲାଙ୍କ ରେଂଜରେ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଡାକ୍ତର ଦମ୍ପତ୍ତି ।

ସିସିଟିଭି ଫୁଟେଜକୁ ଆଧାର କରି ଭରତପୁର ପୋଲିସ ଛାନ୍‌ଭିନ୍ ଆରମ୍ଭ କରିଥିଲା । ଶେଷରେ ଅନୁଜ ଓ ମହେଶ ନାମକ ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.