Latest Odisha News

ପୁଣି ଥରେ ଟ୍ରାକ୍‌କୁ ଫେରିଛି ଓଲିଉଡ୍‌; ଜାଣନ୍ତୁ ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ର ସମ୍ପର୍କରେ…

ଭୁବନେଶ୍ୱର: କରୋନା ମହାମାରୀ ହେତୁ ପ୍ରାୟ ଏକ ବର୍ଷର ବିରତି ପରେ ଓଡିଶା ଚଳଚ୍ଚିତ୍ର ଶିଳ୍ପ ପୁଣିଥରେ ଆଗକୁ ବଢୁଛି। ଅନେକ ଓଡିଆ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି ଏବଂ କିଛି ଚଳଚ୍ଚିତ୍ରର ମହୁରତ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ରିଲିଜ୍ ଅପେକ୍ଷାରେ ଥିବା କିଛି ଓଲିଉଡ୍ ଚଳଚ୍ଚିତ୍ରଗୁଡ଼ିକ ହେଉଛି:

ତୁମେ ମୋ ସଙ୍ଖା ତୁମେ ମୋ ସିନ୍ଦୁର

ଓଲିଉଡର ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ତୁମେ ମୋ ସଙ୍ଖା ତୁମେ ମୋ ସିନ୍ଦୁର’ ଏପ୍ରିଲ୍ ୧ ରେ ଓଡିଶାର ୨୫ ଟି ସିନେମା ହଲରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ଅଙ୍କିତା ଏବଂ ମହିମାଙ୍କ ସହ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅଭିନେତା ଅଭିଷେକ ରଥ। ଶକ୍ତି ବରାଳ ମଧ୍ୟ ରଣଜିତ୍ ବାରିକ୍‌ଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ସହିଦ ରଘୁ ସର୍ଦ୍ଦାର

ଦେଶପ୍ରେମୀ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ଏପ୍ରିଲ ୨୫ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆଧାର କରି ଏହି ବାୟୋପିକ୍ ବ୍ରିଟିଶ ଶାସନ ବିରୁଦ୍ଧରେ କଟକ ଜିଲ୍ଲାର ବୟାଳିସମୌଜାସ୍ଥିତ ବାରାଲା ଗାଁର ମୂଳ ବାସିନ୍ଦା ରଘୁ ପଟ୍ଟନାୟକଙ୍କ ସଂଗ୍ରାମ କାହାଣୀକୁ ନେଇ ଗତିଶୀଳ। ଅତି କମ୍‌ ବୟସରେ, ରଘୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଭାରତୀୟଙ୍କ ପ୍ରତି ହେଉଥିବା ଅତ୍ୟାଚାର ପାଇଁ ପ୍ରତିଶୋଧର ଭାବନା ସୃଷ୍ଟି କରିଥିଲେ।

ଅଭିନେତା ଦେବଶିସ୍ ପାତ୍ର ରଘୁ ପଟ୍ଟନାୟକଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାବେଳେ ଅଭିନେତ୍ରୀ କାବ୍ୟା ​​କିରଣ ମହିଳା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଲୋକ ବିକାଶ ସିନେ ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ।

କିଏ ହେବ ମୋ ହିରୋଇନ୍

‘କିଏ ହେବ ମୋ ହିରୋଇନ୍’ ଚଳଚ୍ଚିତ୍ରରେ ଅଭିନେତା ଶ୍ରୀତମ ଦାସଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରବୀନ୍ଦ୍ର ପଣ୍ଡା। ଚଳଚ୍ଚିତ୍ରଟି ଏକ୍ସେଲ୍ ମୁଭିସ୍‌ ବ୍ୟାନର ଅଧୀନ‌ରେ ନିର୍ମିତ।

ମୁମ୍ବାଇର ଓଡିଆ ଅଭିନେତା ଅସିତ ପାତ୍ର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଅସିତ ବିପକ୍ଷର ନାୟିକା ସାଜିଛନ୍ତି ମହିମା। ମଡେଲର୍‌ ତଥା ଅଭିନେତ୍ରୀ ସୋନମ ଦାସ ଏହି ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଏହି ସିନେମାରେ ଅଭିନେତା କ୍ରିଷ୍ଣା କର ଏକ ନକାରାତ୍ମକ ଭୂମିକା ଅବତୀର୍ଣ୍ଣ ହୋଇଛନ୍ତି।ଏଥିରେ ପିଣ୍ଟୁ ନନ୍ଦ, ବିଦୁସ୍ମିତା, ପୁଷ୍ପା ପଣ୍ଡା, ଦିପା ଏବଂ ସରୋଜ ସାମଲ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏହାର କାହାଣୀ ସଂରଚନା କରିଛନ୍ତି ବିଜୟଲକ୍ଷ୍ମୀ ପଣ୍ଡା ଏବଂ ନିର୍ଦ୍ଦେଶନା ଦେଇଛନ୍ତି ପ୍ରସନ୍ନ ଲେଙ୍କା।

ଗୁପ୍‌ଚୁପ୍‌

ଓଲିଉଡ୍ ଚଳଚ୍ଚିତ୍ର ‘ଗୁପ୍‌ଚୁପ୍‌’ ରଜ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଚଳଚ୍ଚିତ୍ର ‘ଗୁପ୍‌ଚୁପ୍‌’ରେ ଅଭିନେତା ଅମ୍ଳାନ ଦାସଙ୍କୁ ଏକ ଚ୍ୟାଲେଞ୍ଜିଂ ଭୂମିକାରେ ଦେଖିବାକୁ ମିଳିବ। ପ୍ରୀତିରାଜ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଗୁପ୍‌ଚୁପ୍‌’ରେ ସନମିରା ନାଗେଶ, ପପୁ ପମ୍ ପମ୍ ଏବଂ ଶୈଳେନ୍ଦ୍ର ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

‘ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ମୋସନ୍ ପିକ୍ଚର୍’ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରେମ, ଆକ୍ସନ୍ ଏବଂ ଡ୍ରାମାରେ ଭରି ରହିଛି।

ଚୁମ୍‌କି: ସେ ତ ପାଣିରେ ବୁଡିବ ନାହିଁ କି

ଭଦ୍ରା ମୋସନ୍ ଷ୍ଟୁଡିଓର ବ୍ୟାନରରେ ନିର୍ମିତ ଚୁମ୍‌କି ଚଳଚ୍ଚିତ୍ରରେ ଅଭିନେତା ଶ୍ରେୟାନ୍ ଏବଂ ଉପସାନା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଯୁବ ଉଦ୍ୟୋଗୀ ଉପାହାରା ଭଦ୍ରା ଏବଂ ଅନିଷ ଭଦ୍ରାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର କୋରିଓଗ୍ରାଫର-ନିର୍ଦ୍ଦେଶକ ରହିଛନ୍ତି ଗିରିଶ ମହାନ୍ତି। ଭରଦ୍ୱାଜ ପଣ୍ଡା ଏହି ସିନେମାର ସ୍କ୍ରିପ୍ଟ ଲେଖିଛନ୍ତି ଏବଂ ସଂଗୀତ ରଚନା କରିଛନ୍ତି ବିଭୁତି ଭୂଷଣ।

Comments are closed.