Latest Odisha News

ପାଣି ଟୋପେ ପାଇଁ ଡହଳବିକଳ ମାଲକାନଗିରି ନାରିଙ୍ଗିଝୋଲା ବାସିନ୍ଦା, ଜଳକଷ୍ଟ ଦୂର କରିବାକୁ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି 

ମାଲକାନଗରି ଜିଲ୍ଲାରେ ଦୁର ହୋଇପାରୁନି ଜଳ ସଙ୍କଟ । ପାଣି ଟୋପେ ଲାଗି ଡହଳ ବିକଳ ହେଉଛନ୍ତି ନାରିଙ୍ଗିଝୋଲା ଗାଁ ଲୋକେ । ପାନୀୟ ଜଳ ଲାଗି ପାହାଡ଼ ଉପର ଥିବା ଏକ ଚୁଆ ଉପରେ ନିର୍ଭର କରୁଛନ୍ତି ।

ପାଣି ଟୋପେ ପାଇଁ ପାହାଡ ଚଢି ମାଇଲ ମାଇଲ ଯାଉଛନ୍ତି ମହିଳା । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ନାକାମାମୁଡି ପଞ୍ଚାୟତର ନାରିଙ୍ଗିଝୋଲା ଗାଁର ଦୃଶ୍ୟ । ପାନୀୟ ଜଳର ସୁବିଧା ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଗାଁରେ ୩୦ଟି ପରିବାର ଲାଗି ଅଛି ମାତ୍ର ଗୋଟିଏ ନଳକୂଅ । ହେଲେ ତାହା ବି ଅଚଳ । ପାହାଡ ଉପରେ ଥିବା ଚୁଆ ପାଣି ଉପରେ ନିର୍ଭର କରୁଛନ୍ତି ଲୋକ । ମଇଳା ଆବର୍ଜନା ସହ ବେଙ୍ଗ ଓ ଶିଉଳି ଭର୍ତ୍ତି ରହିଥିବା ଏହି ପାଣିକୁ କପଡାରେ ଛାଣି ନେଇ ବ୍ୟବହାର କରୁଛନ୍ତି । ଏହି ପାଣିକୁ ପିଇବା ସହ ଗାଧୋଇବା ଓ ରୋଷେଇରେ ମଧ୍ୟ ବ୍ୟବହାର କରୁଛନ୍ତି । 

ଗାଁରେ ପାନୀୟ ଜଳର ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଜଣାଇବା ପରେ ବି କିଛି ସୁଫଳ ମିଳିନାହି । ସେପଟେ ଯଥାଶୀଘ୍ର ଗାଁରେ ଜଳକଷ୍ଟ ଦୂର କରାଯିବ ମାଲକାନଗିରି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । 

Leave A Reply

Your email address will not be published.