Latest Odisha News

BREAKING NEWS

ପୂଜା ବଜାରରେ ଆଡ୍ଡା ଜମାଇବେ ପପୁ ପମ୍‌ପମ୍‌, ରିଲିଜ୍ ହେବ “ଗାଁର ନାଁ ଗାଲୁଆପୁର”

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୁର୍ଗାପୂଜା ମାହୋଲକୁ ସରଗରମ କରିବାକୁ ସଜବାଜ ହେଉଛନ୍ତି ପପୁ ପମ୍‌ପମ୍ ଓ ଅଭିନେତ୍ରୀ ମନୀଷା । ଆଉ ଦିନ କେଇଟା ପରେ ରିଲିଜ୍ ହେବ ବହୁ ପ୍ରତିକ୍ଷୀତ ଓଲିଉଡ ଫିଲ୍ମ “ଗାଁର ନାଁ ଗାଲୁଆପୁର” । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଫିଲ୍ମର ରିଲିଜ୍ ଡେଟ୍ ଘୋଷିତ ହୋଇଛି ।

ଆଉ ବିଳମ୍ବ ନକରି ଅକ୍ଟୋବର୧୫’ରେ ଫିଲ୍ମ ଗାଁର ନାଁ ଗାଲୁଆପୁରକୁ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଛି । ଏହି ଅବସରରେ ଫିଲ୍ମର ପୋଷ୍ଟର ସମେତ ଫାଷ୍ଟ ଲୁକ୍ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଛି । ସାମ୍ବାଦିକ ସମ୍ମିଳନୀରେ ଷ୍ଟାରକାଷ୍ଟଙ୍କ ସମେତ ପ୍ରଯୋଜକ ସମ୍ପ୍ରିତ୍ ସ୍ୱରୂପ ଶତପଥୀ ଓ ନିର୍ଦ୍ଦେଶକ ଜିତେନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥି ମଧ୍ୟ ଉପସ୍ଥିତ ଥିଲେ ।

ପ୍ରତିମା ପ୍ରଡକ୍ସନ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର । କମେଡି ଥିମ୍ ଉପରେ ଆଧାରିତ ଏହି ଫିଲ୍ମରେ ପପୁ ପମ୍‌ପମ୍‌ଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଛନ୍ତି ବାରିପଦାର ମନୀଷା ମହାପାତ୍ର । ସେହିଭଳି ଅନ୍ୟ ପ୍ରମୁଖ ଭୂମିକାରେ ମିହିର ଦାସ, କୁନା ତ୍ରିପାଠୀ, ଅନ୍ତର୍ଯ୍ୟାମୀ ପଣ୍ଡା ଓ ସୁଜିତ ମଧ୍ୟ ନଜର ଆସିବେ । ଆକ୍ସନ, କମେଡି ଓ ଜବରଦସ୍ତ ଷ୍ଟାରକାଷ୍ଟ କେମିଷ୍ଟ୍ରୀକୁ ନେଇ ଫିଲ୍ମଟି ନିଶ୍ଚିତ ଭାବେ ଦର୍ଶକଙ୍କ ନିକଟରେ ଆଦୃତ ହେବ ବୋଲି କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.