Latest Odisha News

BREAKING NEWS

ଭୋଗ ପତ୍ରିକା କଭରରେ ସ୍ଥାନ ପାଇଲେ ୩ ଭାରତୀୟ ମହିଳା ଅଲିମ୍ପିଆନ

ନୂଆଦିଲ୍ଲୀ: ଲୋକପ୍ରିୟ ଭୋଗ ଇଣ୍ଡିଆ ପତ୍ରିକାର କଭରରେ ସ୍ଥାନ ପାଇଛନ୍ତି ଭାରତର ୩ ସଫଳ ମହିଳା ଅଲିମ୍ପିଆନ । ଏମାନେ ହେଲେ ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ବକ୍ସର ଲଭଲିନ ବୋରଗାହନ, ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଓ ଭାରୋତୋଳିକା ମୀରାବାଇ ଚାନୁ । ଟୋକିଓରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୭ ପଦକ ଜିତିଥିଲା । କରୋନା ମହାମାରୀ ସମୟରେ ଦୃଢ଼ ଆତ୍ମବିଶ୍ୱାସ ଯୋଗୁ ଏହି ମହିଳା ଆଥଲେଟମାନେ ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ମାନସିକ ଚାପଠାରୁ ଦୂରେଇ ରହି କିପରି ଭଲ ପ୍ରଦର୍ଶନ କରାଯାଏ ତାହା ମୀରାବାଇଙ୍କଠାରୁ ଶିଖିବା କଥା ବୋଲି ପତ୍ରିକାରେ ଲେଖାଯାଇଛି । ସେହିପରି ଲଭଲୀନ ନିଜକୁ ଦୃଢ଼ ରଖି ଧୈର୍ଯ୍ୟ ସହକାରେ କିପରି ମୁକାବିଲା କରାଯାଏ ତାହା ପ୍ରମାଣ କରିଥିଲେ । ଆଉ ଭାରତର ସବୁଠାରୁ ଲୋକପ୍ରିୟ ଏବଂ ଧନୀ ଖେଳାଳି ସିନ୍ଧୁ ଟୋକିଓରେ ପୁନର୍ବାର ତାଙ୍କୁ କାହିଁକି ଷ୍ଟାର ଖେଳାଳି କୁହାଯାଏ ପ୍ରମାଣିତ କରିପାରିଛନ୍ତି ।

Leave A Reply

Your email address will not be published.