Latest Odisha News

BREAKING NEWS

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି ।

ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ ଷ୍ଟାରଙ୍କ ରୋମାଣ୍ଟିକ୍ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିବେ ବୋଲି ଆଶା ।

ରିଲିଜ୍ ହେବାକୁ ଥିବା ‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତ ଯୋଡ଼ିଙ୍କ ଜବରଦସ୍ତ କମେଡ଼ି ଦର୍ଶକମାନଙ୍କୁ ନିଶ୍ଚିତ ରୂପେ ଛୁଇଁପାରିବ । ଏହି ଓଲିଉଡ଼ ଫିଲ୍ମରେ ଖଳନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସମରେଶ ।

ଅନ୍ୟମାନଙ୍କ ମଧ୍ୟରେ ବିଜୁ ବଡ଼ଜେନା, ରବି ମିଶ୍ର, ପ୍ରିୟଙ୍କା, ପୁପିନ୍ଦର ଏବଂ ଶ୍ରୀତମ ବିଭିନ୍ନ ଚରିତ୍ରରେ ନିଖୁଣ ଅଭିନୟ କରିଛନ୍ତି । ପ୍ରେକ୍ଷାଳୟରେ ଦର୍ଶକମାନେ କିପରି ଏହି ଚଳଚ୍ଚିତ୍ରକୁ ଗ୍ରହଣ କରୁଛନ୍ତି ଖାଲି ତାହା ଦେଖିବାକୁ ରହିଲା ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ‘ପ୍ରେମ ପାଇଁ ମହାଭାରତ’ ବଡ଼ ପରଦାକୁ ଆସିବ ବୋଲି ଜଣାପଡ଼ିଛି ।

ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏବଂ କାହାଣୀ ଲେଖିଛନ୍ତି ଛବିତା ମାର୍ଥା ।

ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିରଞ୍ଜନ ବେହେରା । ଅଭିଜିତ ମଜୁମଦାରଙ୍କ ନିର୍ଦ୍ଦେଶନାରେ କେତୋଟି ପ୍ରେମ ଭିତ୍ତିକ ମନଛୁଆଁ ଗୀତ ଶ୍ରୋତାଙ୍କ ମନକୁ ବେଶ୍ ପାଇବ ।

ଫିଲ୍ମର ଅଧିକାଂଶ ଭାଗରେ ରହିଛି ରିୟା ଓ ସମ୍ବିତଙ୍କ ରୋମାନ୍ସ ଭରା ଅଭିନୟ ।

Leave A Reply

Your email address will not be published.