Latest Odisha News

BREAKING NEWS

ପୋଲିସ-ଓକିଲ ବିବାଦ: ଆଜି ହାଇକୋର୍ଟରେ ମାମଲାର ଶୁଣାଣି

କଟକ: ଓଡ଼ିଶା ହାଇକୋର୍ଟ ଆଇନଜୀବୀ-ପୋଲିସ ମାମଲାର ଶୁଣାଣି ଆଜି ଅନୁଷ୍ଠିତ ହେଉଛି ।

ସୋମବାରଦିନ ହାଇକୋର୍ଟ ପୋଲିସ କନେଷ୍ଟବଳଙ୍କ ନିଲମ୍ବନ ପ୍ରତ୍ୟାହାର କାର୍ଯ୍ୟକାରୀ ନ’କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଗଷ୍ଟ ୨୮ ତାରିଖରେ ପୋଲିସ ପକ୍ଷରୁ ଆକ୍ରମଣ ହୋଇଥିବା ନେଇ ଓକିଲଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା, ଏବଂ ପରବର୍ତ୍ତୀ ସମୟରେ ୨ଜଣ କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ଼ଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ପୂର୍ବରୁ ହାଇକୋର୍ଟ ବାର୍ ଆସୋସିଏସନ ଅସନ୍ତୋଷ ପ୍ରକାଶ କରିଥିଲେ ।

ଏହି ବିବାଦ ସମ୍ପର୍କୀତ ମାମଲା ନେଇ ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ ହେବାର ଥିଲା । ତେବେ କ୍ରାଇମବ୍ରାଞ୍ଚ ତରଫରୁ ଚାର୍ଜସିଟ ଦାଖଲ ନ’ହୋଇପାରିବା ଯୋଗୁଁ ଏହି ମାମଲାର ଶୁଣାଣି ମଙ୍ଗଳବାରକୁ ଘୁଞ୍ଚାଇଦିଆଯାଇଛି ।

ଓଡ଼ିଶା ହାଇକୋର୍ଟ ଅକ୍ଟୋବର ୩୦ ତାରିଖ ଦିନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ସମାପ୍ତ କରି ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ୍ସ୍ଥାୟୀ ବିଚାରପତି ଜଷ୍ଟିସ ସି ଆର ଦାସଙ୍କୁ ଏହି କ୍ରାଇମବ୍ରାଞ୍ଚର କାର୍ଯ୍ୟଧାରା ସହିତ ମାମଲାର ତଦାରଖ କରିବାକୁ ନ୍ୟସ୍ତ ହୋଇଥିଲେ । ଏହି ମାମଲାର ଦଦନ୍ତକାରୀ ଅଫିସର ପ୍ରତ୍ୟେକଦିନ ଜଷ୍ଟିସ ସି ଆର ଦାସଙ୍କୁ ଅଗ୍ରଗତି ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଥିଲା ।

ଅଦାଲତରେ ଆଇଜି ଅରୁଣ ବୋଥ୍ରା ଉପସ୍ଥିତ ରହି ଏହି ମାମଲାର ତଦନ୍ତ ଶେଷ ହୋଇ ଚାର୍ଜସିଟ ଦାଖଲ ହେବାକୁ ଅତିକମରେ ୬ମାସ ସମୟ ମାଗିଥିଲେ ।

ଅନ୍ୟପକ୍ଷରେ ଆଇକୋର୍ଟ ବାର୍ ଆସୋସିଏସନ ବୈଠକର ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୨୧ ଯାଏଁ ଆନ୍ଦୋଳନ ଚାଲୁ ରଖିବାକୁ ଘୋଷଣା କରିଥିଲେ ।

Leave A Reply

Your email address will not be published.