Latest Odisha News

BREAKING NEWS

ବଲିଉଡରେ ପ୍ରେମ ଆନନ୍ଦଙ୍କ ଏଣ୍ଟ୍ରି…

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରିରେ କମାଲ କରିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ରିଲିଜ ଅପେକ୍ଷାରେ ଥିବା ହିନ୍ଦି ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ ପରିଚିତ ତଥା ଓଡିଆ ସିନେପ୍ରେମୀଙ୍କ ପ୍ରେମା ଭାଇ ।

ଆସନ୍ତା ୪ ତାରିଖରେ ‘ଲଭ ୟୁ ଟର୍ଣ୍ଣ’ର ଟ୍ରେଲର ଓ ମ୍ୟୁଜିକ ରିଲିଜ ହେବାକୁ ଥିବାବେଳେ ନଭେମ୍ବର ୨୨ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ରୁସଲାନ୍ ମମତାଜ୍, ପୂର୍ବା ରାନା, ଆଦ୍ଧିକ ମହାଜନ ଓ ରୁହି ଚତୁର୍ବେଦୀ ପ୍ରମୁଖ ।

ସନ୍ଦୀପ ବର୍ମା ଓ ଆନନ୍ଦ ଠାକୁରଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ହରିଶ ରାଉତ ।

ନିରଜ ନାଏକ ଓ ଧର୍ମେଶ ନାଏକ ସହ-ପ୍ରଯୋଜକ ଭାବେ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦଙ୍କ ସହ ହିତେଶ ମୋଦକ ଓ ପୁନୀତ ଦୀକ୍ଷିତ ।

ପ୍ରେମ ଆନନ୍ଦ ପୂର୍ବରୁ ଅନ୍ୟତମ ହିନ୍ଦୀ ଚଳଚ୍ଚିତ୍ର ‘ଦେଖ ଭାଇ ଦେଖ’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏପରିକି ସେ ଅନେକ ରିଆଲିଟି ଶୋ’ ସମେତ ବଙ୍ଗାଳୀ ଓ ମରାଠୀ ଚଳଚ୍ଚିତ୍ରରେ ସଙ୍ଗୀତର ଛାପ ଛାଡିଛନ୍ତି ।

Leave A Reply

Your email address will not be published.