Latest Odisha News

BREAKING NEWS

ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକଙ୍କ ନୂଆ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା, ଖୁବଶୀଘ୍ର ମୁକ୍ତିଲାଭ କରିବ ଫିଲ୍ମ 

ଚର୍ଚ୍ଚାରେ ଓଲିଉଡର ହ୍ୟାଣ୍ଡସମ୍ ହିରୋ ଅଭିଷେକ ରଥ । ଏବେ ଏହି ଲୋକପ୍ରିୟ ନାୟକ ପୁଣି ଏକ ନୂଆ ଚଳଚ୍ଚିତ୍ରରେ ନଜର ଆସିବେ । ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । 

ପ୍ରଯୋଜକ ରମେଶ ବାରିକଙ୍କ ନୂଆ ଓଡ଼ିଆ ସିନେମାରେ ପାଇଁ କାମ କରୁଛନ୍ତି । ଓଡ଼ିଶାର ଆଗଧାଡିର ଜଣେ ନାୟିକା ଏହି ଫିଲ୍ମରେ ଅଭିଷେକଙ୍କ ଅପୋଜିଟରେ ଅଭିନୟ କରିବେ ବୋଲି ଜଣାପଡିଛି । 

ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି ଅଭିଷେକ । ସମସ୍ତ ଚଳଚ୍ଚିତ୍ର ପାଇଁ ତାଙ୍କୁ ଦର୍ଶକଙ୍କ ଖୁବ୍ ଭଲପାଇବା ମିଳିଛି । ୨୦୧୩ରେ ଓଲିଉଡରେ ଏଣ୍ଟ୍ରି କରିଥିଲେ ଅଭିଷେକ ।  ତାଙ୍କର ପ୍ରଥମ ସିନେମା ଥିଲା ‘ଏସିପି ସାଗରିକା’ । ଏଥିରେ ତାଙ୍କ ଅପୋଜିଟରେ ଅର୍ଚ୍ଚିତା ମଧ୍ୟ ଅଭିନୟ କରିଥିଲେ । ଏହି ଫିଲ୍ମକୁ ଦର୍ଶକେ ପସନ୍ଦ କରିବା ସହ ଅଭିଷେକଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା । ଅଭିଷେକଙ୍କ ଅଭିନେୟ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ଏହାପରେ ଅଭିଷେକ ‘କେହି ନୁହେଁ କାହାର’, ‘ରିଭେଞ୍ଜ’, ‘କଥା ଦେଲି ମଥା ଛୁଇଁ’ ଭଳି ଅନେକ ସିନେମାରେ ଅଭିନୟ କରି ତାଙ୍କ ନିଖୁଣ ଅଭିନୟର ପରିଚୟ ଦେଖାଇଛନ୍ତି । 

Leave A Reply

Your email address will not be published.