Latest Odisha News

BREAKING NEWS

ଅଲିମ୍ପିକ୍ସ ଆଉ ବିଶ୍ୱବିଜେତା ବ୍ୟାଡମିଂଟନ ଖେଳାଳିଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ: ବିଶ୍ୱର ମହାନ ବ୍ୟାଡମିଂଟନ ଖେଳାଳି ଡେନମାର୍କର ଭିକ୍ଟର ଆକ୍ସେଲସେନ ଅବସର ଘୋଷଣା କରିଛନ୍ତି । ୨ ଥର ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନ ହୋଇଥିବା ଏହି ଖେଳାଳିଙ୍କୁ ଆଉ କୋର୍ଟରେ ଦେଖିବାକୁ ମିଳିବ ନାହିଁ । ମାତ୍ର ୩୨ ବର୍ଷ ବୟସରେ ପ୍ରାୟ ସମସ୍ତ ଉପଲବ୍ଧି ହାସଲ କରିବା ପରେ ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ସେ କ୍ରମାଗତ ଭାବେ ପିଠି ଯନ୍ତ୍ରଣା ସମସ୍ୟାରେ ପଡି ଆସିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବାଧ୍ୟ ହୋଇ ଅବସର ଘୋଷଣା କରିଥିଲେ । ଇନଷ୍ଟାଗ୍ରାମରେ ସେ ଏ ନେଇ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ।

୨୦୧୦ରେ ସେ ବିଡବ୍ଲ୍ୟୁଏଫ ବିଶ୍ୱ ଜୁନିୟର ଚାମ୍ପିୟନଶିପରେ ଇତିହାସ ରଚିଥିଲେ । ସେ ପ୍ରଥମ ୟୁରୋପୀୟ ଖେଳାଳି ଭାବେ ଚାମ୍ପିୟନ ହୋଇଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଲିନ ଡ୍ୟାନଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ପରେ ସେ ୨୦୨୦ ଓ ୨୦୨୪ରେ କ୍ରମାଗତ ୨ ଥର ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ୨୦୧୭ ଓ ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ଟାଇଟଲ ହାସଲ କରିଥିଲେ । ୨୦୨୩ରେ ସେ କ୍ରମାଗତ ୧୦୦ ସପ୍ତାହ ବିଶ୍ୱର ଏକ ନମ୍ବର ଖେଳାଳି ରହି ଇତିହାସ ରଚିଥିଲେ ।

Leave A Reply

Your email address will not be published.