Latest Odisha News

BREAKING NEWS

ଅଲମ୍ପିକ ପଦକ ବିଜେତା ସୁଶିଲ କୁମାରଙ୍କୁ ଜାମିନ

ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା ସୁଶୀଲ କୁମାରଙ୍କୁ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୦୨୧ ମସିହା ମେ ମାସରେ ସୁଶୀଲ ତାଙ୍କର ରେସଲର ସାଥି ସାଗର ଧନଖରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ତେବେ ଏହା ପୂର୍ବରୁ ଜୁଲାଇ ୨୦୨୩ରେ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ତାଙ୍କୁ ସାତ ଦିନିଆ ଜାମିନ ମିଳିଥିଲା। ସୁଶୀଲଙ୍କୁ ଜାମିନ ମିଳିବା ନେଇ ତାଙ୍କ ଆଡଭୋକେଟ୍ ଆରଏସ ମଲିକ କହିଛନ୍ତି ଯେ ଗତ ସାଢ଼େ ୩ ବର୍ଷ ଧରି ସୁଶୀଲ ଜେଲରେ ରହିଥିଲେ।

ସୂଚନା ଅନୁଯାୟୀ, ୫୦ ହଜାର ଟଙ୍କାର ମୁଚାଲିକାରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସମସ୍ତ ୩୧ ସାକ୍ଷୀଙ୍କୁ ଜେରା କରାଯାଇଥିଲା ବେଳେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିପାରିନାହିଁ। ଯାହାଫଳରେ ତାଙ୍କୁ ଆଜି ଜାମିନ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ,ଛତ୍ରାସାଲ ଷ୍ଟାଡିୟମରେ ଜୁନିୟର ପହଲିୱାନ ସାଗର ଏବଂ ତାଙ୍କ ସାଥୀଙ୍କ ସହ ସୁଶୀଲ ଗୋଷ୍ଠୀଙ୍କ ସଂଘର୍ଷ ଘଟିଥିଲା । ସୁଶୀଲ ଏବଂ ଅନ୍ୟମାନଙ୍କ ମାଡରେ ସାଗର ଗୁରୁତର ଆହତ ହେବା ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ । ଏହା ପରେ ସୁଶୀଲ ଫେରାର ହୋଇ ଯାଇଥିଲା ବେଳେ ପରବର୍ତ୍ତୀ ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

Comments are closed.