ନୂଆଦିଲ୍ଲୀ: ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଷ୍ଟମ୍ପ ପଛରେ ହିଁ ଖେଳ କରିଥାନ୍ତି। ଖେଳର ମୋଡ଼ ବଦଳାଇବାରେ ଧୋନୀଙ୍କ ନିକଟରେ ଅଦ୍ଭୁତ କଳା ରହିଛି। ବିଶେଷକରି କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜାଙ୍କ ପରି ସ୍ପିନରଙ୍କଠାରୁ କିପରି ଶତପ୍ରତିଶତ ଏଫର୍ଟ ବାହର କରିହେବ ତାହା ଧୋନୀଙ୍କୁ ଭଲ ଭାବରେ ଜଣାଥିଲା। କଠିନ ସ୍ଥିତିରେ ଧୋନୀଙ୍କ ପରାମର୍ଶରେ ଅନେକ ସମୟରେ ବୋଲରଙ୍କୁ ୱିକେଟ ମିଳିଯାଉଥିଲା। ଆଉ ଏପରି କାମ ଏବେ କେଏଲ ରାହୁଲ କରି ଦେଖାଇଛନ୍ତି।
ଚାମ୍ପିୟନ ଟ୍ରଫି 2025 ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ କେଏଲ ରାହୁଲ ଏପରି ରୋଲ କରୁଥିବାର ନଜର ଆସିଛନ୍ତି। ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ। ଦ୍ୱିତୀୟ ୱିକେଟ ପଡ଼ିବା ପରେ ମାର୍ନସ ଲାବିସେନ କ୍ରିଜକୁ ଆସିଥିଲେ। ଷ୍ଟିଭ ସ୍ମିଥଙ୍କ ସହ ଲାବିସେନ ବେଶ୍ କିଛି ସମୟ ରକ୍ଷଣଶୀଳ ଢଙ୍ଗରେ ଖେଳିଥିଲେ। ଗୋଟିଏ ସମୟରେ ଏମିତି ଲାଗୁଥିଲା ଯେ ଏହି ଦୁଇ ଜଣ ବଡ଼ ପାରି ଖେଳିବାକୁ ଯାଉଛନ୍ତି। 23 ତମ ଓଭରର ପ୍ରାରମ୍ଭରେ ଲାବୁସେନ, ଜାଡେଜାଙ୍କ ବୋଲରେ ଚମତ୍କାର ଚୌକା ଲଗାଇଥିଲେ। ଏହାପରେ ରାହୁଲ ଜାଡ଼େଜାଙ୍କୁ ପରାମର୍ଶ ଦେଇଥିଲେ ଯେ ‘ଆଉ ଟିକେ ଭିତରକୁ ବଲ ରଖିବାକୁ’….
ଜାଡେଜା ପରବର୍ତ୍ତୀ ବଲ ଗୁଡ୍ ଲେନ୍ଥରେ ବୋଲିଂ କରିଥିଲେ, ଯାହାକୁ ଲାବୁସେନ୍ ଅନସାଇଡ୍ ଖେଳିବାକୁ ଚାହୁଁଥିଲେ। ହେଲେ ସେ ଏହି ବଲରେ ଚକମା ଖାଇଯାଇଥିଲେ। ବଲ ସିଧା ଯାଇ ଷ୍ଟମ୍ପ ଆଗର ପ୍ୟାଡରେ ଲାଗିଥିଲା। ଏହାପରେ ଜୋରଦାର ଅପିଲ ପରେ ଅମ୍ପେୟାର ଆଉଟ ଦେଇଥିଲେ। ସେ 36 ବଲରେ 29 ରନ କରି ଆଉଟ ହୋଇଥିଲେ। ଜାଡେଜା ଆଜିର ମ୍ୟାଚରେ ଲାବୁସେନଙ୍କ ବ୍ୟତୀତ ଜୋସ୍ ଇଙ୍ଗଲିସଙ୍କ ୱିକେଟ ମଧ୍ୟ ନେଇଛନ୍ତି।
Comments are closed.