Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ଟ୍ରାକ ହେବ ବାଇଗଣୀ ରଙ୍ଗ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଏଥର ଟ୍ରାକ ରଙ୍ଗ ବଦଳିବ । ସାମାନ୍ୟ ଭାବେ ଟ୍ରାକର ରଙ୍ଗ ଲାଲ ରଙ୍ଗର ହୋଇଥାଏ । ପ୍ୟାରିସ ଗେମ୍ସରେ ଆୟୋଜକ କମିଟି ଏହାକୁ ପର୍ପଲ ରଙ୍ଗ କରିବେ ବୋଲି ନିଷ୍ପତି ନେଇଛନ୍ତି । ପୂର୍ବରୁ ଅଲିମ୍ପିକ ଆସୋସିଏଶନ ନୀଳ, ଗୋଲାପୀ ଓ ବାଇଗଣୀ ରଙ୍ଗ ମଧ୍ୟରୁ ଗୋଟିଏ ବାଛିବା ପାଇଁ କହିଥିଲେ । ଏହି ବାଇଗଣୀ ରଙ୍ଗ ଉପରେ ମୋହର ଲାଗିଛି । ଏଥର ଆଥଲେଟିକ୍ସ ଟ୍ରାକର ମ୍ୟାଟେରିୟାଲ ଇଟାଲୀରେ ପ୍ରସ୍ତୁତ କରାଯାଇଛି । ୧୯୭୬ ପରଠାରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରୁଥିବା ଟ୍ରାକ ମୋଣ୍ଡୋ କମ୍ପାନୀ କହିବାନୁସାରେ ଏଥର ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ଖେଳାଳିଙ୍କ ପ୍ରଦର୍ଶନସ୍ତର ନିଶ୍ଚିତ ଭାବେ ସୁଧୁରିବ ବୋଲି କମ୍ପାନୀ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଟୋକିଓ ଅଲିମ୍ପିକ୍ସର ଆଥଲେଟିକ୍ସ ବିଭାଗରେ ୩ଟି ବିଶ୍ୱ ରେକର୍ଡ ଓ ୧୦ଟି ଅଲିମ୍ପିକ୍ସ ରେକର୍ଡ ସୃଷ୍ଟି ହୋଇଥିଲା ।

ପ୍ୟାରିସରେ ଅଧିକ ରେକର୍ଡ ହେବ ବୋଲି ଆଥଲେଟିକ୍ସ ପ୍ରତିଯୋଗିତାର ଇନଚାର୍ଯ୍ୟ ଏଲେନ ବ୍ଲୋଡେଲ କହିଛନ୍ତି । ଚଳିତ ବର୍ଷ ଜୁଲାଇ ୨୬ରୁ ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଟୋକିଓ ଗେମ୍ସରେ ଭାରତ ଆଥଲେଟିକ୍ସରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲା । ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଦେଶ ପାଇଁ ଏହି ସଫଳତା ଆଣିଥିଲେ ।

Leave A Reply

Your email address will not be published.