ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୫୫ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାରତୀୟ ମହିଳା ଆଥଲେଟ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଭାବ ବିସ୍ତାର କରୁଛନ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୦୦, ୧୯୨୦, ୧୯୨୮, ୧୯୩୨ ଓ ୧୯୩୬ରେ ଏବଂ ପରେ ୧୯୪୮, ୧୯୬୦, ୧୯୬୮ ଓ ୧୯୭୬ରେ ଜଣେ ବି ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇ ନ ଥିଲେ । ଧିରେ ଧିରେ ସ୍ଥିତିରେ ପରିବର୍ତନ ଆସିଥିଲା ୨୦୧୬ ପର୍ଯ୍ୟନ୍ତ ୭ ଅଲିମ୍ପିକ୍ସରେ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ । ୧୯୮୦ରେ ମସ୍କୋ ଅଲିମ୍ପିକ୍ସରେ ଆମେରିକା ଏବଂ ସମର୍ଥକ ଦେଶମାନେ ଅଲିମ୍ପିକ୍ସୁ ବର୍ଜନ କରିଥିଲେ । ଏହାର ଫାଇଦା ଭାରତକୁ ମିଳିଥିଲା ଏବଂ ପ୍ରଥମ ଥର ପାଇଁ ପାଇଁ ପ୍ରତିଯୋଗୀ ଅଂଶଗ୍ରହଣ କରିବା ସୁଯୋଗ ପାଇଥିଲେ । ୧୯୮୪ରେ ସୋଭିଏଟ ସମର୍ଥକ ଓହରିବା ଫଳରେ ପ୍ରଥମ ଥର ପାଇଁ ୧୦ରୁ ଊର୍ଦ୍ଧ୍ୱ ମହିଳା ଆଥଲେଟ ସାମିଲ ହୋଇଥିଲେ ।
୧୯୮୮, ୧୯୯୨ ଓ ୧୯୯୬ରେ ୧୦ରୁ କମ୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ତେବେ ୨୦୦୦ ସିଡନୀ ଅଲିମ୍ପିକ୍ସରେ ସ୍ଥିତିରେ ସୁଧାର ଆସିଥିଲା । ପ୍ରଥମ ଥର ପାଇଁ ସର୍ବାଧିକ ୧୯ ମହିଳା ଆଥଲେଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ ଏବଂ୨୦୦୮ରେ ୨୫ ଲେଖାଁଏ, ୨୦୧୨ରେ ୨୩ ପ୍ରତିଯୋଗୀ ସାମିଲ ହୋଇଥିଲେ । ୨୦୧୬ ପରଠାରୁ ୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଦେଶର ସମ୍ମାନ ବଢ଼ାଇଛନ୍ତି । ୨୦୦୦ରେ କର୍ଣ୍ଣମ ମାଲେଶ୍ୱରୀ ଭାରୋତୋଳନରେ ଭାରତ ପାଇଁ ମହିଳା ଭାବେ ପ୍ରଥମ ପଦକ ଜିତିଥିଲେ । ଶେଷ ୨ଟି ଅଲିମ୍ପିକ୍ସରେ ଭାରତ ୮ ପଦକ ଜିତିଛି ଏବଂ ୪ ମହିଳା ଆଥଲେଟ ଏହି ସଫଳତା ଆଣିଛନ୍ତି । ସାଇନା ନେହ୍ୱାଲ, ମେରୀ କମ, ପିଭି ସିନ୍ଧୁ ଓ ସାକ୍ଷୀ ମଲ୍ଲିକ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ରିଓରେ ଓଭରାଲ ଆମେରିକା ଏବଂ ଚୀନର ମହିଳା ଆଥଲେଟ ପୁରୁଷଙ୍କ ତୁଳନାରେ ଅଧିକ ପଦକ ଜିତିଥିଲେ ।
BREAKING NEWS
- UPI ଛାଡି ନଗଦ ମୁହାଁ ଲୋକେ? ଚାର୍ଜ ଲାଗିବା ଖବର ପରେ ସର୍ଭେରେ ବଡ ଖୁଲାସା, କ୍ୟାସ୍-କାର୍ଡକୁ ଫେରିବେ ୭୬%!
- ଚୌଦ୍ୱାର ଜେଲ୍ର ପୂର୍ବତନ ଅଧୀକ୍ଷକଙ୍କ ଜାମିନ ଆବେଦନ ଖାରଜ
- ଛାତ୍ର ସଂସଦ ନିର୍ବାଚନ ନେଇ ଚୂଡ଼ାନ୍ତ ହୋଇନି ନିଷ୍ପତ୍ତି: ମନ୍ତ୍ରୀ
- US Death Row: ଘାତକ ଇଂଜେକ୍ସନ ପରେ ବି ମୃତ୍ୟୁଦଣ୍ଡରୁ ବଂଚିଗଲେ କଏଦୀ, ଦଣ୍ଡାଦେଶ ସ୍ଥଗିତ
- ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ;୬ ଜଣ ମହିଳାଙ୍କୁ ବାନ୍ଧିଲା
- ଗଣେଶ ଭସାଣି ବେଳେ ଗଣ୍ଡଗୋଳ; ପଥରମାଡରେ ୬ ପୋଲିସ କର୍ମୀ ଆହତ
- UP Temple Case: ମନ୍ଦିର ମାଲିକାନା ପାଇଁ ମର୍ଡର
- ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- ଗରମରେ ସିଝିବ ଅକ୍ଟୋବର! ଶକ୍ତିଶାଳୀ ଏଲ୍ ନିନୋ ନେଇ ଚିନ୍ତା…
- ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ

Comments are closed.