ଭୁବନେଶ୍ୱର: ଦେଶର ସ୍ପୋର୍ଟସ ହବ୍ କୁହାଯାଉଥିବା ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଲାଗି ଏକ ଖୁସିର ଖବର ରହିଛି । ଆସନ୍ତା ନଭେମ୍ବର ୧ରୁ ୩ ତାରିଖ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ଏହି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଅଲିମ୍ପିକ୍ସ ଯୋଗ୍ୟତା ସହଜ ହେବ । ଭାରତୀୟ ପୁରୁଷ ଦଳ ରୁଷିଆକୁ ଭେଟୁଥିବା ବେଳେ ମହିଳା ଦଳ ଯୁକ୍ତରାଷ୍ଟ୍ର ଆମେରିକା ସହିତ ଖେଳିବ ମ୍ୟାଚ୍ ।
୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ସୋମବାର ଦିନ ସ୍ୱିଜରଲ୍ୟାଣ୍ଡରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଲାଗି ଡ୍ର ଉଠାଣ ହୋଇଛି ।
Comments are closed.