Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅସାନୀ ବାତ୍ୟା ଯୋଗୁ ପ୍ରବଳ ବର୍ଷା: ବଢୁଛି ଚାଷୀର ଚିନ୍ତା

କେନ୍ଦ୍ରାପଡ଼ା : ଦୁର୍ବଳ ହେଉଛି ଅସାନୀ । ବିଭିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ରାପଡ଼ା ଚାଷୀ କୁଳ । ଧାନ ଚାଷ ବେଳେ ଯେତେବେଳେ ଚାଷୀ କୁଳ ଧାନ ଅମଳ କରିବା କଥା ସେତେବେଳେ ପ୍ରବଳ ବର୍ଷା ଯୋଗୁଁ ଶହ ଶହ ଏକର ଚାଷ ଜମି ଜଳମଗ୍ନ ରହିଥିଲା ।  ଯାହା ଦ୍ୱାରା ହଜାର ହଜାର କୁଇଣ୍ଟାଲ ଧାନ ବିଲରେ ନଷ୍ଟ ହୋଇଯାଇଥିଲା ।

ଏହାର କିଛି ଦିନ ପରେ ମୁଗ ଅମଳ ହେଉଥିବା ବେଳେ ବର୍ତମାନ ଆସିଛି ବାତ୍ୟା ଅସକ୍ଷନୀ । ବାତ୍ୟା ଦ୍ୱାରା ବର୍ଷା ହେଲେ ବିରି, ମୁଗ, ପୋଟଳ ଆଦି ବହୁତ କ୍ଷତି ହେବ। ଯାହାକୁ ନେଇ ବର୍ତମାନ ଚିନ୍ତାରେ ପଡିଛନ୍ତି ଚାଷୀକୁଳ ।

ବର୍ଷ ସାରା ବିଭିନ୍ନ ସ୍ଥାନରୁ ଧାରକରଜ କରି ଆଣିଥିବା ଚାଷୀର ଫସଲ ଉଜୁଡିବାରେ ଲାଗିଥିବା ବେଳେ ଏବେ ପୁଣି ବର୍ଷା ଦାଉ ସାଧିବ । ଯଦି ଏଥର ଫସଲ ନଷ୍ଟ ହୋଇଗଲା ତେବେ ଋଣ କିଭଳି ସୁଝିବ ଆଉ ଚାଷୀ ପରିବାର ବର୍ଷକ କିଭଳି ଚଳିବ ସେ ନେଇ ବଢୁଛି ଚିନ୍ତା  ।

Leave A Reply

Your email address will not be published.