Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: ଗୃହବନ୍ଦୀ ହେଲେ ମେହବୁବା ଓ ଓମାର, ଧାରା ୧୪୪ ଲାଗୁ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଧିରେଧିରେ ରାଜନୈତିକ ଉଷ୍ଣତା ବଢୁଥିବାବେଳେ ବହୁମାତ୍ରାରେ ସୁରକ୍ଷାକର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏପରିକି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଓମାର ଅବଦୁଲ୍ଲା ଓ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ସମଗ୍ର ଶ୍ରୀନଗର ସହରରେ ୧୪୪ ଧାରା ଲାଗୁ କରାଯାଇଛି । ଅପରପକ୍ଷରେ ଜମ୍ମୁର ସମସ୍ତ ସ୍କୁଲ ଓ କଲେଜଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଏତଦବ୍ୟତୀତ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଉକ୍ତ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ସ୍ଥିତିକୁ ଦୃଷ୍ଟିରେ ରଖି ଆଜି କ୍ୟାବିନେଟରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.