ଭୁବନେଶ୍ୱର: ଓଡ଼ିଶାର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ଓମ୍ଫେଡ ସାମଗ୍ରୀର ହେବ ହୋମ ଡେଲିଭରି । ଆପଣଙ୍କ ଘରେ ଓମ୍ଫେଡ ସମଗ୍ରୀ ପହଂଚାଇବ । ତେବେ ଶନିବାର ଓ ରବିବାର ସଟ୍ଡାଉନ୍ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍ ଓମ୍ଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ ସେନେଇ ଏକ ତାଲିକା ପ୍ରକାଶ ପାଇଛି।
ତାଲିକାରେ ୨୬ ଜଣ ରିଟେଲର୍ଙ୍କ ଠିକଣା ସହ ମୋବାଇଲ ନମ୍ବର ଜାରି ହୋଇଛି। କେବଳ ତାଲିକାରେ ସ୍ଥାନୀତ ରିଟେଲର୍ ହିଁ ଓମଫେଡ୍ ପ୍ରଡକ୍ଟ ହୋମ୍ ଡେଲିଭରି କରିପାରିବେ। ସକାଳ ୮ଟାରୁ ୧୧ଟା ସୁଦ୍ଧା ସର୍ବନିମ୍ନ ୧୫୦ ଟଙ୍କାର ଅର୍ଡର ଦେବାକୁ ହେବ। ସେହିଦିନ ସଂଧ୍ୟା ୬ଟା ସୁଦ୍ଧା ସଂପୃକ୍ତ ଏଜେଣ୍ଟ ଘରେ ସାମଗ୍ରୀ ପହଞ୍ଚାଇବେ।
Comments are closed.