Latest Odisha News

BREAKING NEWS

ବିଶ୍ୱାସ ହରାଉଛି ମନୁଷ୍ୟ: ଗର୍ଭଣୀ ହାତୀ ପରେ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇଲେ

ବିଳାସପୁର: ନିରୀହ ପଶୁଙ୍କ ଉପରେ ମନୁଷ୍ୟ ତାର ନୃଶଂସ ପଣିଆ ଦେଖାଇବୁ ଛାଡୁ ନାହିଁ । କେରଳର ଗର୍ଭଣୀ ହାତୀ ଘଟଣା ପରେ ଏବେ ହିମାଚଳପ୍ରଦେଶରେ ଏଭଳି ଏକ ଆମନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ରିପୋର୍ଟ ମୁତାବକ ଗାଈକୁ ଖାଦ୍ୟରେ ବିସ୍ଫୋଟକ ଖୁଆଇ ମାରିବା ପାଇଁ ଉଦ୍ୟମ କରାଯାଇଥିଲା । ଖାଦ୍ୟ ଲୋଭରେ ଗାଈ ଖାଇଦେବା ଫଳରେ ତାର ମୁହଁ ଏବଂ ଶରୀର ପୋଡି ଯାଇଛି ।

ପଡିଶା ଘରର ଲୋକମାନେ ଏହି କାର୍ଯ୍ୟ କରିଥିବା ନେଇ ଗାଈର ମାଲିକ ସନ୍ଦେହ ବ୍ୟକ୍ତ କରିବା ସହ ଥାନାରେ ରିପୋର୍ଟ ଲେଖାଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.