Latest Odisha News

BREAKING NEWS

ଭାରତରେ ବୁଲୁଛି ଚୀନ ଭାରିଏଣ୍ଟ; ଜାଣନ୍ତୁ, କ’ଣ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି କରୋନା । ଚୀନରେ ହାହାକାର ସୃଷ୍ଟି କରିଥିବା କରୋନା ଭାରିଏଣ୍ଟ BF.7 ପହଞ୍ଚିଲାଣି ଭାରତରେ । ଭାରତରେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ୪ ଜଣ ବ୍ୟକ୍ତିଙ୍କୁ ଠାବ କରାଯାଇଛି । ଜୁଲାଇରେ ଜଣେ, ସେପ୍ଟେମ୍ବରରେ ୨ ଜଣ ଏବଂ ନଭେମ୍ବରରେ ଜଣେ ଏହି ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିଲେ । ଏହି ଭାରିଏଣ୍ଟ ଗୁଜରାଟ ଏବଂ ଓଡ଼ିଶାରେ ମିଳିଥିଲେ । ତେବେ ଏହି ଭାରିଏଣ୍ଟ ରୋଗୀ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇଥିଲେ । ଏପରିକି ଗୁଜରାଟରେ ଜଣେ ୬୧ ବର୍ଷୀୟ ଏନଆରଆଇ ମହିଳା ଏତିରେ ଆକ୍ରାନ୍ତ ହୋଇଥିଲେ ଯିଏ କି କୋଭିଡର ୩ଟି ଯାକ ଡୋଜ ନେଇଥିଲେ ।  କୋଭିଡ ସ୍ଥିତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି ।

ଚୀନରେ ବ୍ୟାପୁଥିବା ଏହି ନୂଆ ଭାରିଏଣ୍ଟ ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି ନୂଆ ଭାରିଏଣ୍ଟର ଲକ୍ଷଣ କ’ଣ ? କେମିତି ସତର୍କ ରହିବେ ଏହି ଭାରିଏଣ୍ଟକୁ । ଲକ୍ଷଣ ଗୁଡିକ ହେଲା

ଗଳା ଦରଜ ହେବା ସହ ଛିଙ୍କ ଯଦି

ନାକରୁ ପାଣି ବାହାରିବା ଓ ନାକ ବନ୍ଦ ହୋଇଯିବା

-ଶୁଖିଲା ଖାସ

–  ମୁଣ୍ଡବିନ୍ଧା

-କଫ ସହ ଖାସ

-କଥା କହିବା ବେଳେ କଷ୍ଟ ହେବା

-ମାଂସପେଶୀରେ କଷ୍ଟ

-ଘ୍ରାଣ ଶକ୍ତି କମିଯିବା

-ଖାଲି ଜ୍ୱର ହେବା ଏବଂ କମ୍ପ ସହ ଜ୍ୱର  ଆସିବା

-ଦୀର୍ଘସମୟ ଧରି କାଶିବା

-ନିଃଶ୍ୱାସ ନେବାରେ କଷ୍ଟ ହେବା

-ହାଲିଆ ଲାଗିବା

-ଭୋକ ନ ହେବା,

-ପତଳା ଝାଡା ହେବା

ନୂଆ ଭାରିଏଣ୍ଟର ଏସବୁ ଲକ୍ଷଣ ଦେଖିଲେ ସତର୍କ ହୋଇଯାଆନ୍ତୁ । ଭାରତରେ ଇଫେକ୍ଟିଭ ଭାକ୍ସିନ ଏବ ଭାକ୍ସିନେଶନ ରେଟକୁ ଦେଖିଲେ ଏହି ଭାରିଏଣ୍ଟକୁ ନେଇ ଚିନ୍ତାର କାରଣ ନାହିଁ, ତଥାପି ସତର୍କ ରହିବା ଜରୁରି ବୋଲି କହିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

 

Leave A Reply

Your email address will not be published.