Latest Odisha News

BREAKING NEWS

ଦେଶରେ ୩,୦୭୧ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନାର ମାରାତ୍ମକ ଭୂତାଣୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖା ଏବେ ୩,୦୭୧ରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭୂତାଣୁ ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି।  ଏହି ଭୂତାଣୁ ଦେଶର ୨୭ ଟି ରାଜ୍ୟକୁ ବ୍ୟାପିସାରିଲାଣି। ମହାରାଷ୍ଟ୍ରରେ ସର୍ବାଧିକ ୮୭୬ ଟି ମାମଲା ରହିଥିବା ବେଳେ ଦିଲ୍ଲୀରେ ମୋଟ ୫୧୩ ଟି ମାମଲା ଚିହ୍ନଟ ହୋଇଛି।

୩୩୩ ମାମଲା ସହିତ ତୃତୀୟରେ ରହିଛି କର୍ଣ୍ଣାଟକ। ରାଜସ୍ଥାନରେ ୨୯୧, କେରଳରେ ୨୮୪ ଟି ମାମଲା ରିପୋର୍ଟ ହୋଇଛି। ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ ଓମିକ୍ରନ୍ ମାମଲାଗୁଡ଼ିକ ମଧ୍ୟରୁ ୧୨୦୩ ଜଣ ଲୋକ ଆରୋଗ୍ୟ ଲାଭ କରିଥିବା ଜଣାପଡ଼ିଛି।

Comments are closed.