Latest Odisha News

BREAKING NEWS

ଦେଶରେ ଓମିକ୍ରନ୍‌ କେସ୍‌ ୩୮କୁ ବୃଦ୍ଧି; ୩ ରାଜ୍ୟରୁ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ପ୍ରତିଦିନ ଓମିକ୍ରନ୍ କୋଭିଡ୍-୧୯ ମାମଲା ବଢିବାରେ ଲାଗିଛି। ରବିବାର ଦିନ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଏବଂ କେରଳରେ ପ୍ରଥମ ଓମିକନ୍‌ ସଂକ୍ରମଣ ବିଷୟରେ ଜଣାପଡ଼ିଛି। ଏହାପରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ଓମିକ୍ରନ୍‌ ମାମଲାର ସର୍ବାଧିକ ରହିଥିବା ଜଣାପଡ଼ିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ୬୩ଟି ଦେଶରେ ନୂତନ ଓମିକ୍ରନ୍ କରୋନାଭାଇରସ୍ ଷ୍ଟ୍ରେନ୍ ମିଳିଛି ଏବଂ ଏହା କ୍ଷୀପ୍ର ବେଗରେ ବିସ୍ତାର କରୁଥିବା କହିଛି ହୁ।

ଚଣ୍ଡିଗଡ଼ର ୨୦ ବର୍ଷ ବୟସ୍କ ବ୍ୟକ୍ତି ସମ୍ପୂର୍ଣ୍ଣ ଟିକାକରଣ ସତ୍ତ୍ବେ ଓମିକ୍ରନ୍‌ର ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ବ୍ୟକ୍ତି ଜଣକ ଇଟାଲୀରୁ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିଲେ, ଏହାପରେ ପରୀକ୍ଷା କରିବା ପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ କହିଛନ୍ତି।

କେରଳରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାରୁ ଆସିଥିବା ଜଣେ ବ୍ୟକ୍ତି କର୍ଣ୍ଣାଟକରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି।  ପଶ୍ଚିମ ଆଫ୍ରିକୀୟ ଦେଶରୁ ମହାରାଷ୍ଟ୍ରର ନାଗପୁରକୁ ଫେରିବା ପରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଶନିବାର ଦିନ ଦିଲ୍ଲୀରେ ଓମିକ୍ରନ୍‌ର ଦ୍ୱିତୀୟ ମାମଲା ରିପୋର୍ଟ କରାଯାଇଛି।

Comments are closed.