Latest Odisha News

BREAKING NEWS

[ଭିଡିଓ] ଆପତକାଳୀନ ସିପିଆର୍ ପାଇଁ ବଂଚିଲା ମାଙ୍କଡ ଜୀବନ

ଭୁବନେଶ୍ୱର: ମଣିଷର ଉପସ୍ଥିତି ବୁଦ୍ଧି ଯୋଗୁଁ ବଂଚିଗଲା ମାଙ୍କଡର ଜୀବନ । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ଭିଡିଓଟି ଦେଖିବାକୁ ସାମାନ୍ୟ ଅଡୁଆ ଲାଗିପାରେ । ହେଲେ ଏହା ପଛର ସମ୍ପୁର୍ଣ୍ଣ କାରଣ ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ଡିସେମ୍ବର ୧୦ ତାରିଖ ତାମିଲନାଡୁର ପେରାମ୍ବାଲୁର ଅଂଚଳରୁ ସାମ୍ନାକୁ ଆସିଥିଲା ଏହି ଘଟଣା । କିଛି ବୁଲା କୁକୁରଙ୍କ ଆକ୍ରମଣରେ ଗୋଟିଏ ମାଙ୍କଡ ଗଭୀର ଭାବେ ଆହତ ହୋଇଥିଲା । ପରେ ଭୟଭୀତ ହୋଇ ମାଙ୍କଡଟି ଗଛ ଉପରକୁ ଚଢିଯାଇଥିଲା ।

ଏ ବିଷୟରେ ଖବର ପାଇ ଏମ୍ ପ୍ରଭୁ ନାମକ ଜଣେ ଟ୍ୟାକ୍ସି ଚାଳକ ଘଟଣାସ୍ଥଳରେ ପହଂଚି ଆହତ ମାଙ୍କଡ ବିଷୟରେ ଜାଣିବାକୁ ଚାହିଁଥିଲେ । ସେଠାରେ ସେ ମାଙ୍କଡଟିକୁ ଅଚେତ ଅବସ୍ଥାରେ ଦେଖି ପଶୁ ଡାକ୍ତରଖାନା ମୁହାଁ ହୋଇଥିଲେ । ହେଲେ ମାଙ୍କଡର ହୃଦସ୍ପନ୍ଦନ କ୍ଷୀଣ ହେବା ଦେଖି ସେ ଆପାତକାଳୀନ ସିପିଆର ଦେଇଥିଲେ । ଛାତିରେ ପମ୍ପିଂ କରିବା ସହ ମୁହଁ ବାଟେ ଅମ୍ଳଜାନ ମଧ୍ୟ ପ୍ରଦାନ କରିଥିଲେ । ଶେଷରେ ମାଙ୍କଡର ଅବସ୍ଥାରେ ସୁଧାର ଆସିବା ପରେ ତାକୁ ଧରି ସେ ପଶୁ ଡାକ୍ତରଖାନାରେ ପହଂଚିଥିଲେ । ଫଳରେ ଠିକଣା ସମୟରେ ବଂଚିଯାଇଥିଲା ନୀରିହ ମାଙ୍କଡର ଜୀବନ ।

Leave A Reply

Your email address will not be published.