ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇନାହିଁ । ହେଲେ ଅନ୍ୟ ରାଜ୍ୟ ଗୁଡିକ ଓ ମେଟ୍ରୋ ସିଟି ଗୁଡିକରେ ଗୋଷ୍ଠୀ ସଂକ୍ରମଣ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଓମିକ୍ରନ ସଂଖ୍ୟା ବଢିଛି । ଓଡିଶା ଆଡକୁ ଗୋଷ୍ଠୀ ସଂକ୍ରମଣ ମୁହାଁଉଛି । ଆମ ରାଜ୍ୟରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହାକୁ ଜାଣିବା ପାଇଁ ଆଉ କିଛି ଦିନ ଆମକୁ ଅପେକ୍ଷା କରିବା ପାଇଁ ପଡିବ । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ଅର୍ଥ ଗୋଷ୍ଠୀ ସଂକ୍ରମଣ ହେଉଛି । ଆଉ କିଛି ଦିନ ଭିତରେ ଗୋଷ୍ଠୀ ସଂକ୍ରମଣ ହୋଇଯାଇ ପାରେ ବୋଲି ସେ କହିଛନ୍ତି ।
Comments are closed.