Latest Odisha News

BREAKING NEWS

ପଞ୍ଜାବ ନିର୍ବାଚନ: ଏନଡିଏ ସିଟ ବୁଝାମଣା, ୬୫ ଆସନରୁ ଲଢ଼ିବ ବିଜେପି

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ସହଯୋଗୀ ଦଳ ମଧ୍ୟରେ ସିଟ ବୁଝାମଣା ସମ୍ପନ୍ନ ହୋଇଛି । ବିଜେପି ୬୫ ଆସନରୁ ଲଢ଼ିବ ବୋଲି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି । ପଞ୍ଜାବ ଲୋକ କଂଗ୍ରେସ ୩୭ ଏବଂ ଅକାଳୀ ଦଳ ୧୫ଟି ଆସନରୁ ଲଢ଼ିବେ ।

ଦେଶର ସୁରକ୍ଷା ଦୃଷ୍ଟିକୋଣରୁ ପଞ୍ଜାବରେ ଏକ ସ୍ଥିର ସରକାରର ଆବଶ୍ୟକତା ରହିଛି ବୋଲି ନଡ୍ଡା କହିଛନ୍ତି । ଏହି ସିଟ ବୁଝାମଣା ଏନଡିଏକୁ ଫାଇଦାରେ ରଖିବ । ସିଟ ବୁଝାମଣା ନେଇ କୌଣସି ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.