Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା ଓମିକ୍ରନ: ମୁମ୍ବାଇରେ ଦୁଇ ଦିନ ପାଇଁ ୧୪୪ ଧାରା ଲାଗୁ

ମୁମ୍ବାଇ: ସାରା ବିଶ୍ୱରେ ଓମିକ୍ରନ୍ ଚିନ୍ତା ବଢ଼ାଇଛି । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁମ୍ବାଇରେ ସଂକ୍ରମିତ ଚିହ୍ନଟ ପରେ ମହାରାଷ୍ଟ୍ର ସରକାର କଟକଣା କଡ଼ାକଡ଼ି କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ମୁମ୍ବାଇରେ ଜାରି ହୋଇଛି ୧୪୪ ଧାରା ।

ଗୋଟିଏ ସ୍ଥାନରେ ଜନ ସମାଗମ ଉପରେ କଟକଣା ଲାଗିଛି । ଏଥିସହ ରାଲି, ଶୋଭାଯାତ୍ରା ଆଦି ଉପରେ ପ୍ରତିବନ୍ଧକ ଲାଗିଛି । ନିୟମର ଉଲ୍ଲଂଘନ କଲେ କଠୋର କାର୍ୟ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଓମିକ୍ରନ ଜନିତ ୧୭ଟି କେସ୍ ସାମନାକୁ ଆସିଛି । ଏମାନଙ୍କ ଭିତରେ ଗତକାଲି ପଜିଟିଭ୍ ଚିହ୍ନଟ ହୋଇଥିଲେ ୭ ଜଣ । ଏଥିରେ ମୁମ୍ବାଇରୁ ୩ ଜଣ ସଂକ୍ରମିତ ଅଛନ୍ତି । ସେମାନେ ତାଞ୍ଜାନିଆ, ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।

ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ୍ ଜନିତ ୩୨ଟି ପଜିଟିଭ୍ କେସ୍ ସାମନାକୁ ଆସିଛି । ମହାରାଷ୍ଚ୍ରରୁ ସର୍ବାଧିକ ୧୭, ରାଜସ୍ଥାନରୁ ୯, ଗୁଜରାଟରୁ ୩, କର୍ଣ୍ଣାଟକରୁ ୧ ଓ ଦିଲ୍ଲୀରୁ ଜଣେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.