Latest Odisha News

BREAKING NEWS

୬୯ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ, ୩୩୨ ରନରେ ଭାରତ ଅଗ୍ରଣୀ

ମୁମ୍ବାଇ: ଚଳିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ୩୩୨ ରନରେ ଅଗ୍ରଣୀ ହାସଲ କରିନେଇଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନରେ ନ୍ୟୁଜିଲାଣ୍ଡ ୬୯ ରନରେ ଅଲଆଉଟ ହୋଇ ଯାଇଥିଲା । କାୟଲ ଜେମିସନ(୧୭)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱୀନ ୪ଟି, ମହମ୍ମଦ ସିରିଜ ୩ଟି, ଅକ୍ଷର ପଟେଲ ୨ଟି ଏବଂ ଜୟନ୍ତ ଯାଦବ ଗୋଟିଏ ଉଇକେଟ ନେଇଥିଲେ । ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ଟିମର ଏହା ସର୍ବନିମ୍ନ ସ୍କୋର ।

ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ କୌଣସି ଉଇକେଟ ନ ହରାଇ ୬୨ ରନ ସଂଗ୍ରହ କରିନେଇଛି । ମୟଙ୍କ ଅଗ୍ରୱାଲ ୩୮ ଚେତେଶ୍ୱର ପୂଜାରା ୨୯ ରନ କରି ନଟଆଉଟ ଅଛନ୍ତି । ଏହି ମ୍ୟାଚରେ ଅଶ୍ୱୀନ ୪ଟି ଉଇକେଟ ନେବା ସହ ଶନ ପୋଲାକଙ୍କୁ ଅତିକ୍ରମ କରିଛନ୍ତି । ଓଭରାଲ ସର୍ବାଧିକ ଉଇକେଟ ହାସଲକାରୀଙ୍କ ମଧ୍ୟରେ ସେ ୧୨ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

Leave A Reply

Your email address will not be published.