Latest Odisha News

BREAKING NEWS

‘ଓମିକ୍ରନ’ର ପ୍ରଥମ ଲକ୍ଷଣ କଣ ? ସଂକ୍ରମଣ ବ୍ୟାପିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର : ଦେଶରେ ଏବେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ପଜିଟିଭ୍ କେଶ୍ ମଧ୍ୟ ପ୍ରତିଦନ ସାମ୍ନାକୁ ଆସିଛି । ଭାରତରେ ଓମିକ୍ରନ ସଂଖ୍ୟା ୫ଶହ ପାର ହୋଇସାରିଲାଣି । ହେଲେ ଡେଲଟା ତୁଳନାରେ ଓମିକ୍ରନର ଲକ୍ଷଣ କିଛି ଅଲଗା ରହିଛି । ଦକ୍ଷିଣ ଆଫ୍ରିକାର ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ଓମିକ୍ରନର ପ୍ରଥମ ଲକ୍ଷଣ ଆପଣଙ୍କୁ ସଙ୍କେତ ଦେଇଥାଏ । ଯଦି ଆପଣ ଏହାକୁ ଧ୍ୟାନ ଦେବେ ତେବେ ଆପଣ ଏହାର ସଂକ୍ରମଣରୁ ରକ୍ଷା ପାଇପାରିବେ ।

BjdElectrycity

ଓମିକ୍ରନର ପ୍ରଥମ ଲକ୍ଷଣ : ଓମିକ୍ରନର ପ୍ରଥମ ଲକ୍ଷଣ ହେଲା ଆପଣଙ୍କ କଥାବାର୍ତ୍ତା ବା ଆବାଜରୁ ଜଣାପଡିଥାଏ । ଯଦି ଆପଣ ଓମିକ୍ରନ ସଂକ୍ରିମିତ ଅଛନ୍ତିା ତେବେ ଆପଣଙ୍କ ସ୍ୱର ଫଟା ଲାଗିବା ସହ ଗଳା ବସିଲା ପରି ଲାଗିଥାଏ । ଏଥିରୁ ମଧ୍ୟ ଆପଣ ସତର୍କ ହୋଇଯିବା ଉଚିତ ।

ଡେଲଟା ଠାରୁ ଅଲଗା ଲକ୍ଷଣ: ଡାକ୍ତରଙ୍କ କହିବା ଅନୁସାରେ ଡେଲଟା ତୁଳନାରେ ଓମିକ୍ରନ ଅଧିକ ସଂକ୍ରାମକ ।  ଜଣେ ସଂକ୍ରମିତଙ୍କ ଗଳାରୁ ମଧ୍ୟ ଆପଣ ଲକ୍ଷଣ ଜାଣିପାରିବେ । ଏହା ସହ କାଶ , ଛିଙ୍କ , ନାକ ବନ୍ଦ,ପିଠି ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଓମିକ୍ରନର ଅନ୍ୟାନ୍ୟ ଲକ୍ଷଣ : ଦକ୍ଷିଣ ଆଫ୍ରିକା ଓ ଆମେରିକା ରିପୋର୍ଟରୁ ଜଣାପଡିଛି ଯେ ନାକବନ୍ଦ, ମୁଣ୍ଡ ବିନ୍ଧା, ଥକି ପଡିବା,ବାରମ୍ବାର ଛିଙ୍କ ମାଡିବା, ରାତିରେ ଝାଳ ବାହାରିବା ,ଶରୀର ବିନ୍ଧିବା ଓମିକ୍ରନର ପ୍ରଥମ ଲକ୍ଷଣ ଅଟେ । ଓମିକ୍ରନ ଉପରେ ଷ୍ଟଡି କରୁଥିବା ଏକ୍ସପର୍ଟ ଏକ ୟୁଟ୍ୟୁବ ଭିଡିଓ ଜାରି କରି ଓମିକ୍ରନ ସଂକ୍ରମିତ ଲୋକମାନଙ୍କ ଠାରୁ ସେମାନମଙ୍କ ମତା ମତ ନେଇଛନ୍ତି । ଏଥିରେ ଜଣାପଡିଛି ଯେ କୋଭିଡ ଭଳି ଓମିକ୍ରନରେ ମଧ୍ୟ ଗଳା ଖରାପ ହୋଇଥାଏ ।

ଏହି ସବୁ କଥା ଉପରେ ଧ୍ୟାନ ରଖନ୍ତୁ : ହେଲଥ୍ ଏକ୍ସପର୍ଟଙ୍କ ଅନୁସାରେ ଯଦି ଆପଣ ଅସୁସ୍ଥ ଅନୁଭବ କରୁଛନ୍ତି । କି କିଛି ଲକ୍ଷଣ ଯଦି ଆପଣଙ୍କ ଭିତରେ ଦେଖାଦେଉଛି । ଆପଣ ଜମା ବି ଡେରି କରନ୍ତୁ ନାହିଁ । ତୁରନ୍ତ ଆରଟି-ପିସିଆର ଟେଷ୍ଟ କରନ୍ତୁ । ଯଦି ଆପଣଙ୍କ ଟେଷ୍ଟରୁ ନେଗେଟିଭ୍ ଆସୁଛି ତଥାପି ନିଜକୁ ଆଇସୋଲେଟ କରି ରଖନ୍ତୁ ବୋଲି ଏକ୍ସପର୍ଟମାନେ ମତ ରଖିଛନ୍ତି।

Leave A Reply

Your email address will not be published.